୨୭ ଜିଲ୍ଲାରେ ପ୍ରଜନନ ହାର ହ୍ରାସ
ଭୁବନେଶ୍ୱର(ବୁ୍ୟରୋ): ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ପାଳନ କରାଯିବ ।ସେତେବେଳକୁ ରାଜ୍ୟର ପ୍ରଜନନ ହାର ହ୍ରାସ ପାଇଥିବା ବେଳେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିଥିବ । ଶ୍ରମଶକ୍ତି କୁହାଯାଉଥିବା ଯୁବାବର୍ଗଙ୍କସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ବଢୁଥିବା ଜନସଂଖ୍ୟା ଓ ବିକାଶକୁ ନେÿଇ ସିୱାଇଏସ୍ଡି ପକ୍ଷରୁ ଦୁଇଦିନିଆ ଓଡ଼ିଶା ବିକାଶ କନକ୍ଲେଭର ଚତୁର୍ଥ ସଂସ୍କରଣ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଛି । ସିୱାଇଏସ୍ଡି ପ୍ରତିଷ୍ଠାତା ଜଗଦାନନ୍ଦଙ୍କ ସଞ୍ଚାଳନାରେ ଆୟୋଜିତ ଖୋଲା ଅଧିବେଶନରେ ପ୍ରଫେସର ଡକ୍ଟର ଅମିତାଭ କୁଣ୍ଡୁ ୨୭ ଜିଲ୍ଲାରେ ୨୦୩୬ ବେଳକୁ ଦୁଇ ସନ୍ତାନରୁ କମ୍ ପ୍ରଜନନ ହାର ରହିବ ବୋଲି କହିଥିଲେ । ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ଆର୍ ବାଲକ୍ରିଷ୍ଣନ ରାଜ୍ୟ ବିକଶିତ ସ୍ତରରେ ପହଞ୍ଚିଥିବା ସୂଚନା ପ୍ରଦାନ କରିତିଳେ ।ନୀତି ଆୟୋଗର ସହକାରୀ ପରାମର୍ଶଦାତା ଡକ୍ଟର ମୁନିରାଜୁ ଏସ ବି, ୟୁଏନ୍ଏଫ୍ପିଏର ଆବାସିକ ପ୍ରତିନିଧି ଆଣ୍ଡ୍ରିଆ ୱାଜନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଦୁଇଦିନ ବ୍ୟାପୀ ଆୟୋଜିତ ଚତୁର୍ଥ ଓଡିଶା ବିକାଶ କନକ୍ଲେଭର ବିଭିନ୍ନ ଅଧିବେଶନର ପ୍ରବାସୀ ଶ୍ରମିକ, ସହରୀକରଣ, ସ୍ୱ୍ାସ୍ଥ୍ୟ ଓ ପୁଷ୍ଟି, ବୟସ୍କଙ୍କ ସଂଖ୍ୟା ଇତ୍ୟାଦି ଉପରେ ଦଳଗତ ଆଲୋଚନା ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ୪୦୦ରୁ ଅଧିକ ନାଗରିକ ସମାଜ, ବୁଦ୍ଧିଜୀବୀ, ଶିକ୍ଷାବିତ, ଗବେଷକ ମତ ରଖିଥିଲେ ।