୧୪ ସାଂସଦ ସସ୍ପେଣ୍ଡ

ନୂଆଦିଲ୍ଲୀ, ୧୪ା୧୨: ସଂସଦ ଶୀତ ଅଧିବେଶନର ନବମ ଦିନ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଗତକାଲିର ସୁରକ୍ଷା ଭଙ୍ଗ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ସ୍ଲୋଗାନ ଦେଇଥିଲେ । ଏହି କାରଣରୁ ଆଜି ବହୁବାର ଗୃହକୁ ସ୍ଥଗିତ ରଖିବାକୁ ପଡିଥିଲା । ପରେ ବିରୋଧୀ ଦଳର ୧୩ ଜଣ ଲୋକସଭା ସାଂସଦ ଏବଂ ରାଜ୍ୟସଭାର ଜଣେ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ୯ ଜଣ, ସିପିଆଇ (ଏମ୍)ର ୨ ଜଣ, ଡିଏମକେର ଜଣେ ଏବଂ ସିପିଆଇର ଜଣେ । ପୂର୍ବରୁ କୁହାଯାଇଥିଲା ଯେ ୧୪ ଜଣ ସାଂସଦ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଡିଏମକେ ସାଂସଦ ଏସ. ଆର ପାର୍ବତନ ସଂସଦକୁ ଆସି ନାହାଁନ୍ତି, ତଥାପି ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ବିରୋଧୀ
ଦଳମାନେ ଦର୍ଶାଇବା ପରେ ଲୋକସଭା ସଚିବାଳୟ ଏକ ସର୍କୁଲାର ଜାରି କରି ନିଲମ୍ବିତ ସାଂସଦ ତାଲିକାରୁ ପାର୍ଥିବନଙ୍କ ନାମ ହଟାଇଦେଇଛି । କଂଗ୍ରେସ ସାଂସଦ ଟି.ଏନ୍ ପ୍ରତାପନ୍, ହିବି ଇଡେନ୍, ଜୋଥିମାନି, ରାମ୍ୟା ହରିଦାସ, ଡିନ୍ କୁରିଆକୋଜ୍, ମାଣିକମ୍ ଟାଗୋର, ଏମଡି ଜାଭେଦ୍, ଭି.କେ ଶ୍ରୀକନ୍ଦନ ଏବଂ ବେନି ବେହାନନଙ୍କ ନାମ ଏହି ସର୍କୁଲାରରେ ଅନ୍ତର୍ଭୁକ୍ତ ହୋଇଛି । ଟିଏମସି ସାଂସଦ ଡେରେକ ଓ’ବ୍ରାଇନଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ଡେରେକ ଗୃହର ମଧ୍ୟଭାଗରେ ସ୍ଲୋଗାନ ଦେଇଥିଲେ  ଯେଉଁଥିପାଇଁ ଅଧ୍ୟକ୍ଷ ଜଗଦୀପ ଧନଖଡ ତାଙ୍କୁ ଗୃହରୁ ବାହାରକୁ ଯିବାକୁ କହି ଗୃହକାର୍ଯ୍ୟ ସ୍ଥଗିତ ରଖିଥିଲେ । କିନ୍ତୁ ଯେତେବେଳେ ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ହେଲା, ସ୍ୱ ପୃଷ୍ଠା: ୫ ଲୋକସଭାର ୧୩, ରାଜ୍ୟସଭାର ଜଣେ ନିଲମ୍ବନ ସତ୍ତ୍ୱେ ଡେରେକ୍ ପହଞ୍ଚିଲେ
ନୂଆଦିଲ୍ଲୀ, ୧୪ା୧୨: ସଂସଦରେ ଅନୁପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଏବଂ ସେମାନଙ୍କର ଦୁଇ ସହଯୋଗୀଙ୍କୁ ଗୁରୁବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଏହି ·ରିଜଣଙ୍କୁ ୭ ଦିନ ପାଇଁ ପୁଲିସ ହେପାଜତକୁ ପଠାଇଦେଇଛନ୍ତି । ଅନ୍ୟପକ୍ଷରେ ସଂସଦ ସଚିବାଳୟ ଗୁରୁବାର ୮ ଜଣ ସୁରକ୍ଷା କର୍ମୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରିଛି । ଗତକାଲି ସଂସଦ ଭବନରେ ଦୁଇ ଜଣ ଯୁବକ ଅ·ନକ ଗ୍ୟାସ୍ ସ୍ପ୍ରେ କରିବା ଘଟଣା ପରେ ସଂସଦ ଭିତରେ ଓ ବାହାରେ ସୁରକ୍ଷା କଡାକଡି  କରାଯାଇଛି । ଗୁରୁବାର ସଂସଦ ଭିତରକୁ ଯାଉଥିବା ଲୋକଙ୍କୁ ଜୋତା ଓହ୍ଲାଇ ଯାଞ୍ଚ କରାଯାଇଥିଲା । ଏହି ସମୟରେ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସଙ୍ଗମାଙ୍କୁ ମକର ଦ୍ୱାର ଦେଇ ସଂସଦ ଭବନ ଭିତରକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା । ସଙ୍ଗମା କାରରୁ ଓହ୍ଲାଇ ଶାର୍ଦ୍ଦୁଳ ଗେଟ୍ ଦେଇ ସଂସଦ ଭିତରକୁ ଯାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *