ମାଲଗୋଦାମ ବ୍ୟବସାୟୀ ସଂଘର ୫-ଟି ଅଧ୍ୟକ୍ଷଙ୍କ ସହିତ ସାକ୍ଷାତ
କଟକ (ବ୍ୟରୋ): ମାଲଗୋଦାମ ବଣିକ ସଂଘ, ପୂଜା କମିଟି, ଓଡ଼ିଶା ଚାଉଳ ବ୍ୟବସାୟୀ ସଂଘ, ମାଲଗୋଦାମ ଖୁଚୁରା ବ୍ୟବସାୟୀ ସଂଘ ଓ ମାଲଗୋଦାମ ଶ୍ରମିକ ସଂଘ କର୍ମକର୍ତ୍ତାମାନେ ଚୈାଦ୍ୱାର-କଟକ ବିଧାୟକ ସୈାଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଉପସ୍ଥିତିରେ ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କସହ ଏକ ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ । ବଣିକ ସଂଘ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ ମାଲଗୋଦାମର ଉନ୍ନତିକରଣ ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଦସ୍ତଖତରେ ଏକ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ସରକାର ଯେପରି କଟକ ବଡ ମେଡିକାଲ, କଟକ ଚଣ୍ଡୀ ମନ୍ଦିର, ନୂତନ ବସଷ୍ଟାଣ୍ଡ ତଥା କଟକ ସହରର ଅନ୍ୟାନ୍ୟ ବିକାଶ ଦିଗରେ ଧ୍ୟାନ ଦେଉଛନ୍ତି ସେହିଭଳି ଭାବେ ନଅଙ୍କ ଦୁର୍ଭିକ୍ଷରୁ ସୃଷ୍ଟି ହୋଇଥିବା ପ୍ରାୟ ୧୫୦ ବର୍ଷରୁ ଊଦ୍ଧ୍ୱର୍ ମାଲଗୋଦାମକୁ ପୁନରୁଦ୍ଧାର କରି ଏହାର ପରିସୀମାକୁ ଆହୁରି ବ୍ୟାପକ କରିବା ପାଇଁ ଅନୁରୋଧ କରିଥିଲେ । ଏହି ସାକ୍ଷାତ କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଧର୍ମାନନ୍ଦ ପାତ୍ର, ସହସମ୍ପାଦକ ସୁନିଲ ପାତ୍ର, ଚାଉଳ ବ୍ୟବସାୟୀ ସଂଘ ସଭାପତି ମଧୁସୂଦନ ରାଉତ, ବଣିକ ସଂଘର ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର, ପ୍ରଦୀପ୍ତ କୁମାର ଦାସ, ଉପସଭାପତି ଦୀପକ କୁମାର ଅଗ୍ରୱାଲ, ଖୁଚୁରା ବ୍ୟବସାୟୀ ସଂଘ ସଭାପତି ବିନୋଦ ଚନ୍ଦ୍ର ସାହୁଙ୍କ ସହ ବଣିକ ସଂଘ କର୍ମକର୍ତ୍ତା ବିନୋଦ ସିଂଘଲ ଓ ପବନ ସାନ୍ତାଳିଆ ପ୍ରମୁଖ ଉପସ୍ଥିତ ଥିଲେ ।