ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଢେଙ୍କାନାଳ, ୧୫ା୧୨ (ଆପ୍ର): ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବେ ଚାଲିଥିବା ଇଟାଭାଟିରେ ଅଘଟଣ ଘଟି ଦୁଇ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ପୁଲିସ ଏବଂ ରାଜସ୍ୱ ନିରୀକ୍ଷକଙ୍କ ଜାଣତରେ ଏହି ଇଟାଭାଟି ଚାଲୁଥିବାର ଆଲୋଚନା ହେଇଛି । ମାନପୁର ନିକଟରେ ଥିବା ବ୍ରାହ୍ମଣୀ ନଦୀ କୂଳରେ ମାନପୁର ଗ୍ରାମର ରତିକାନ୍ତ ରାଉତଙ୍କ ଏକ ମାଟି ଇଟା କାରଖାନା ବେଆଇନ ଭାବରେ ଦିର୍ଘଦିନ ଧରି ଚାଲିଥିଲା । ଏହି ଇଟାଭାଟିରେ ପାଲଲହଡା ଥାନା ଇଶ୍ୱର ନଗରର ବିଶ୍ରା ଚିନାରା(୧୮), ରସାଇ ବାନାରା(୧୯) ଏବଂ କାଣ୍ଡେ ବାନାରା(୧୯) ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଗୁରୁବାର ରାତିରେ ସମସ୍ତେ ଖାଇପିଇ ସେଠାରେ ଥିବା ଏକ ଘରେ କବାଟ ଦେଇ ଶୋଇଥିଲେ । ଶୁକ୍ରବାର ସକାଳେ ଶକରମିକମାନେ ଗୁରୁତର ଥିବା ଜଣାପଡିବା ପରେ ମାଲିକ ରତିକାନ୍ତ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ଅନୁଗୁଳ ଚିକିତ୍ସାଳଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବିଶ୍ରା ଏବଂ ରସାଇକୁ ମୃତ ଘୋଷଣା କରିଥିଲେ । କାଣ୍ଡେଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଘଟଣା ଜଣାପଡିବା ପରେ ପୁଲିସ ସେଠାରେ ପହଞ୍ଚô ଇଟାଭାଟିରେ ଥିବା କୋଇଲା ଏବଂ ଜେସିବି ମେସିନକୁ ଲୁଚାଇ ଦେଇଥିଲେ । ଇଟାଭାଟି ମାଲିକଙ୍କୁ ସୁରକ୍ଷା ଦେବାକୁ ଯାଇ ସମସ୍ତ ଘଟଣାକୁ ଲୁଚାଇବା ପରେ ଥାନା ଅଧିକାରୀ ବହୁ ବିଳମ୍ବରେ ସେଠାକୁ ଯାଇ ତଦନ୍ତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *