ଆନେ୍ଦାଳନ ପାଇଁ ଗ୍ରାମୀଣ ଡାକ ସେବକଙ୍କ ପ୍ରସ୍ତୁତି ବୈଠକ
କେନ୍ଦୁଝର (ଆପ୍ର): ଦେଶ ସ୍ୱାଧୀନତାର ସର୍ବ ପୁରାତନ ଡାକ ବିଭାଗରେ କାର୍ଯ୍ୟରତ ଗ୍ରାମୀଣ ଡାକ ସେବକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବାରେ ସରକାର ଅହେତୁକ କାଳ ବିଳମ୍ବ କରୁଥିବା ହେତୁ ଦେଶର ୩ ଲକ୍ଷରୁ ଊଦ୍ଧ୍ୱର୍ ଡାକ ସେବକ ସେମାନଙ୍କ ୧୦ ଦଫା ଦାବି ପୂରଣ ନେଇ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଅନିର୍ଦ୍ଧିଷ୍ଟ କାଳୀନ ଧର୍ମଘଟକୁ ସଫଳ କରିବା ନିମିତ୍ତ କେନ୍ଦୁଝର ସଦର ବ୍ଲକ ସ୍ଥିତ\ ନରଣପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଗ୍ରାମୀଣ ଡାକ ସେବକ ଅଂଶଗ୍ରହଣ କରି ଆନେ୍ଦାଳନକୁ ସଫଳ ରୂପାୟନ ନିମନ୍ତେ ଆବାହକ ପୁରୁଷୋତ୍ତମ ସାହୁ ନିବେଦନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଠାରେ ସର୍ବଶ୍ରୀ ତୃପ୍ତି ରଞ୍ଜନ ସିଂ, ରାଜା ଗଣଜିତ ରାଜ, ଦେବାଶିଷ ନାୟକ, କମଳ ଜେନା, ଚନ୍ଦ୍ରଶେଖର ମହାରଣା, ମହେନ୍ଦ୍ର ମହାନ୍ତ, ଗୀତାଞ୍ଜଳୀ ମଲ୍ଲିକ, ରଶ୍ମିତା ରାୟବାବୁ, ପୁଷ୍ପଲତା ମହାନ୍ତ, ପୁଜାରାଣୀ ଭୂୟାଁ, ସୌମ୍ୟ ରଞ୍ଜନ ସାହୁ, ଆକାଶ ବଳ, ପ୍ରଦୁ୍ୟମ୍ନ ଜେନା, ମିଲନ ହାତୀ, ବିଜୟ ମହାନ୍ତ, ପ୍ରଶାନ୍ତ ସେଠୀଙ୍କୁ ମଣ୍ଡଳସ୍ତରୀୟ କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଥିଲା ।