ଜେଲ୍ରୁ ବାହାରିଲେ ଅର୍ଚ୍ଚନା

ଭୁବନେଶ୍ୱର(ବୁ୍ୟରୋ): ଜେଲରୁ ବାହାରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ୧୪ ମାସ ପରେ ମଙ୍ଗଳବାର ସକାଳେ ଝାରପଡ଼ା ଜେଲରୁ ଜାମିନରେ ବାହାରି ଥିଲେ ଓ ଜେଲଗେଟ୍ ନିକଟରେ ଥିବା ସ୍ୱାମୀ ଜଗବନ୍ଧୁ ·ନ୍ଦ ଘରକୁ ନେଇଥିଲେ । ଅର୍ଚ୍ଚନା ଆଇନ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ଜେଲରୁ ବାହାରିବା ପରେ ନିଜ ପୁରୁଣା ଶୈଳୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଅର୍ଚ୍ଚନା କହିଛନ୍ତି, ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବି । କୋର୍ଟଙ୍କ ଉପରେ ମୋର ଭରସା ଅଛି । ଇଡି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବାର ୭ ଦିନ ପରେ ସେ ଜେଲରୁ ବାହାରିଛନ୍ତି । ୨ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଦଳରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସସର୍ତ୍ତ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଳୀ ଥାନା ମାମଲାରେ ସେ ଜାମିନ ପାଇଥିଲେ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବ୍ଲାକ୍ମେଲିଂ ସାରା ରାଜ୍ୟରେ ଚହଳ ପକାଇଥିଲା । ବଡ଼ ବଡ଼ିଆଙ୍କୁ ହନିଟ୍ରାପ୍ କରି ସେମାନଙ୍କଠୁ ବିପୁଳ ଅର୍ଥ ଆଦାୟ ଅଭିଯୋଗ ଅର୍ଚ୍ଚନାଙ୍କ ବିରୋଧରେ ଥିଲଶ । ସିନେମା ପ୍ରଯୋଜକଙ୍କୁ ବ୍ଲାକମେଲିଂ ନେଇ ଥାନାରେ ଏତଲା ହେବା ପରେ କମିଶନରେଟ୍ ପୁଲିସ୍ ତଦନ୍ତ କରିଥିଲା । ଆଳୁ ଖୋଳୁ ଖୋଳୁ ମହା ଦେବ ବାହାରିବା ଭଳି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଫିଟିଥିଲା ।