୨୪ରେ ଆସିବେ ମୋଦି
ସମ୍ବଲପୁର, ୧୨ ।୧୨ (ଆପ୍ର): ଚଲିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଆସୁଥିବା ଜଣାଯାଇଛି । ଏନେଇ ଯଦିଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ମୋଦୀଙ୍କ ଗସ୍ତକ୍ରମ ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି କୁହାଯାଇ ନ ଥିଲେ ବି ବିଶ୍ୱସ୍ତ ସୂତ୍ରରୁ ଏନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆଇଆଇଏମର ନୂତନ କ୍ୟାମ୍ପସ୍ ଉଦଘାଟନ କରିବା ସହ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି । ତେବେ ପଶ୍ଚିମ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପୂରା ଗସ୍ତସୂଚୀ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦେଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପରେ ଅନ୍ୟ କେନ୍ଦ୍ର ନେତୃତ୍ୱ ଡିସେମ୍ବରରୁ ଜାନୁଆରୀ ଭିତରେ ଓଡ଼ିଶା ଆସିପାରନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନ‡ା ମଧ୍ୟ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଅଛି ବୋଲି ଶ୍ରୀ ମାଝୀ କହିଛନ୍ତି । ଆସନ୍ତା ସାଧାରଣ ର୍ନିବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବେଶ ରାଜନୈତିକ ଗୁରୁତ୍ୱ ବହନ କରୁଛି । ପଶ୍ଚିମ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସୁଥିବା ଖବର ସାମ୍ନାକୁ
ଆସିବା ପରେ ରାଜନୈତିକ ମହଲରେ ତତ୍ପରତା ବିଛି । ପଶ୍ଚିମ ଓଡ଼ିଶା ବିଜେପିର ଗଡ଼ ଭାବେ ପରିଚିତ । ଗତ ର୍ନିବାଚନରେ ପଶ୍ଚିମ ଓଡ଼ିଶାରୁ ଅଧିକ ସଂଖ୍ୟକ ବିଜେପି ପ୍ରାର୍ଥୀ ସାଂସଦ ରୂପେ ର୍ନିବାଚିତ ହୋଇଥିଲେ । ତେଣୁ ସାଧାରଣ ର୍ନିବାଚନ ପୂର୍ବରୁ ମୋଦୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ଏବେ ବେଶ ଉତ୍ସାହିତ ହୋଇପଡିଥିବା ଜଣାଯାଇଛି ।