ବୋର୍ୱେଲ୍ରୁ ଶିଶୁ ଉଦ୍ଧାର

ସମ୍ବଲପୁର, ୧୨ା୧୨(ବୁ୍ୟରୋ): ରେଙ୍ଗାଲୀ ବ୍ଲକର ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ଜଙ୍ଗଲ ଭିତରେ ଥିବା ୨୦ ଫୁଟର ଏକ ପରିତ୍ୟକ୍ତ ବୋରୱେଲ ଭିତରେ ପ୍ରାୟ ୧୫ ଫୁଟ ତଳେ ତଳେ ଫସିରହିଥିବା ଦିନେ ଦୁଇଦିନର ନବଜାତ ଶିଶୁଟିକୁ ଆଜି ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପୁଲିସ ଓ ପ୍ରଶାସନ ସମସ୍ତେ ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ପିଲାଟିକୁ ଉଦ୍ଧାର କରିବାରେ ସଫÿଳ ହୋଇଛନ୍ତି । ମୁଖÿ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି । ଶିଶୁଟିକୁ ବୋରୱେଲରେ କେହି ଫିଙ୍ଗିଦେଇଥିବା ସନେ୍ଦହ କରାଯାଉଛି । ଶିଶୁଟିକୁ କିଏ କାହିଁକି ଫୋପାଡ଼ିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତଦନ୍ତ ପରେ ସବୁ ଜଣାପଡିବ ବୋଲି ପୁଲିସ କହିଛି । କିଛି ଲୋକ ଆଜି ଅପରାହ୍ଣ ପ୍ରାୟ ୩ଟା
ବେଳେ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ପରିତ୍ୟକ୍ତ ନଳକୂପରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ତୁରନ୍ତ ସେମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେୟ ପରେ ଏହି ସୂଚନା ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା । ଅବିଳମ୍ବେ ଆରମ୍ଭ ହେଲା ରେସ୍କୁ୍ୟ ଅପରେସନ୍ । ଘଟଣାସ୍ଥଳରେ ପହଁଚିଲା ତିନି ତିନିଟି ଜେସିବି । ପୁଲିସ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍, ପୁଲିସ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ ବି ପହଁଚିଗଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *