ବେଳାଭୂମିରେ ବାଲୁକା କଳାରେ କଇଁଛ ସୁରକ୍ଷା ବାର୍ତ୍ତା
କୋଣାର୍କ (ଆପ୍ର): ବିଶ୍ୱରେ ସାମୁଦ୍ରିକ ଇକୋ ସିଷ୍ଟମ୍କୁ ନିୟନ୍ତ୍ରଣ ରଖୁଥିବା, ସାମୁଦ୍ରିକ ଜୀବ ବିରଳ ଅଲିଭ୍ ରିଡ୍ÿଲେ କଇଁଚ ଶୀତ ଋତୁ ଆରମ୍ଭକୁ ନେଇ ଏବେ ଅଣ୍ଡା ଦେବା ନିମନ୍ତେ ବାଙ୍ଗୋପସାଗର ମୁହାଁ ହେଲେଣି । ଅଲିଭ ରିଡଲେ କଇଁଛଙ୍କ ପାଇଁ ଭୂସ୍ୱର୍ଗ
କୁହାଯାଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗା ଠାରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ବେଳାଭୂମିରେ ନିର୍ଭୟରେ ଚରାବୁଲା କରି ଅଣ୍ଡାଦାନ ପକ୍ରିୟା ଆରମ୍ଭ କରିଥାନ୍ତି । ସେମାନଙ୍କ ପ୍ରଜନନ ସମୟ ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ହୋଇଥାଏ । ଏହି ପ୍ରଜାତିର ବିରଳ କଇଁଛ ନିଜକୁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ସୁରକ୍ଷିତ ମଣୁଥିବା ବେଳେ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଠାରୁ କୁଶଭଦ୍ରା କୂଳ ଓ ବେଳେଶ୍ୱର ମନ୍ଦିର ସସମୁଦ୍ରକୂଳ ଠାରୁ ନୂଆନଇ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ର କୁଳ ସେମାନଙ୍କୁ ସବୁବେଳେ ଆକର୍ଷଣ କରିଥାଏ ।ଏମାନଙ୍କ ସୁରକ୍ଷାକୁ ନେଇ କୋଣାର୍କ ଅଞ୍ଚଳର ବରିଷ୍ଠ ଦୁଇ ବାଲୁକା ଶିଳ୍ପୀ ସରିତା ଗୋଛାୟତ ଓ ଶିଳ୍ପା ଗୋଚ୍ଛାୟତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଅଲିଭ୍ ରିଡଲେ କଇଁଛର ଏକ ଅପରୂପ ଚିତ୍ର ନିଜ ନିଖୁଣ କଳା ମାଧ୍ୟମରେ ବାଲିରେ ନିର୍ମାଣ କରି ଉପସ୍ଥିତ ପର୍ଯ୍ୟଟକମାନଙ୍କୁ କଇଁଛଙ୍କ ସୁରକ୍ଷା ବାର୍ତ୍ତା ଦେଇଥିଲେ । ଶତାଧିକ ପର୍ଯ୍ୟଟକ ଏହାକୁ ଉପଭୋଗ କରିବା ସହିତ ଦୁଇ ବାଲୁକା ଶିଳ୍ପୀଙ୍କ ଏପରି ପ୍ରୟାସ କୁ ଖୁବ ପ୍ରସଂଶା କରିଥିଲେ ।