ମଦିନା ମଇଦାନରେ ୧୪୪ ଜାର

ଭଦ୍ରକ, ୮ା୧୨(ଆପ୍ର): ସମ୍ଭାବ୍ୟ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ମଦିନା ମଇଦାନ ସମ୍ମୁଖରେ ହେବାକୁ ଥିବା ପ୍ରତିବାଦ ସଭାସ୍ଥଳ ନିକଟରେ ୧୪୪ ଧାରା ଜାରି କରାଯାଇଛି । ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଏହି ଧାରା ଜାରି କରିଛନ୍ତି । ମଦିନା ମଇଦାନର ଆଖପାଖ ୨୦୦ ମିଟର ପରିଧି ମଧ୍ୟରେ ଏହା ଲାଗୁ ହୋଇଛି । ଶୁକ୍ରବାର ଦିନ ୧୧ ଟା ଠାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଉକ୍ତ ୧୪୪ ଧାରା ବଳବତ୍ତର ରହିବ । ତେବେ ସନ୍ଧ୍ୟା ୫ ଟା ବେଳେ ମଦିନା ମଇଦାନ ସମ୍ମୁଖରେ ସବୀର ଖାନ୍ ନାମକ ଜଣେ ଯୁବକ ତାଙ୍କ ସମର୍ଥକମାନଙ୍କୁ ନେଇ ଏକ ପ୍ରତିବାଦ ସଭା କରିବାକୁ ପୁରୁଣାବଜାର ଥାନାରେ ଜଣାଇଥିଲେ । ତେବେ ସେଠାରେ ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବାର ଜାଣି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୁଣାବଜାରସ୍ଥିତ ମଦିନା ମଇଦାନ ଠାରେ ମାଇକ୍ ଯୋଗେ ୧୪୪ ଧାରା ଜାରି କରାଯାଇଥିବାର ସୂଚନା ଦିଆଯାଇଛି । ସେଠାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *