ମହୁଆ ମୈତ୍ର ବହିଷ୍କୃତ

ନୂଆଦିଲ୍ଲୀ, ୮ ।୧୨: ପ୍ରଶ୍ନ ପ·ରିବା ପାଇଁ ଲାଞ୍ଚ ନେବା ମାମଲାରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରଙ୍କୁ ଆଜି ଲୋକସଭାରୁ ବହିଷ୍କାର କରାଯାଇଛି ।ଏଥିକ୍ସ କମିଟି (ନୈତିକ କମିଟି)ଙ୍କ ସୁପାରିସ ଆଧାରରେ ମହୁଆ ବହିଷ୍କୃତ ହୋଇଛନ୍ତି ।କମିଟି ପାଞ୍ଚ ଶହ ପୃଷ୍ଠାର ଏକ ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ ଦେଇଥିଲେ । ମହୁଆଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ, ଅଗ୍ରହଣୀୟ ଓ ଅପରାଧିକ ବୋଲି ଦର୍ଶାଇ ତାଙ୍କୁ କଠୋର ଦଣ୍ଡ ଦେବାକୁ ଏଥିକ୍ସ କମିଟି ସୁପାରିସ କରିଥିଲେ । ଏଥିସହ ମହୁଆଙ୍କ ଆର୍ଥିକ କାରବାର ତଦନ୍ତ କରିବା ସହ ତାଙ୍କ ବିରୋଧରେ ଆସିଥିବା ଅନ୍ୟ ଅଭିଯୋଗର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନ୍ୟାୟିକ ତଦନ୍ତ ପାଇଁ କମିଟି ସୁପାରିସ କରିଥିଲେ । ଅକ୍ଟୋବର ୧୫ରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ, ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସଂସଦରେ ପ୍ରଶ୍ନ ପ·ରିବାକୁ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ମହୁଆ ବିପୁଳ ପରିମାଣର ଟଙ୍କା ଏବଂ ଉପହାର ନେଇଛନ୍ତି । ଏପରିକି ସେ ନିଜ ସଂସଦ ଆକାଉଣ୍ଟର ଲଗ୍ – ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଦେଇଛନ୍ତି । ଅଭିଯୋଗର ଗମ୍ଭୀରତା ଦେଖି ବାଚସ୍ପତି ଏଥିକ୍ସ ପ୍ୟାନେଲକୁ ମାମଲା ହସ୍ତାନ୍ତର କରିଥିଲେ । ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହେବା ସହିତ
ଗୃହରେ ଏଥିକ୍ସ କମିଟି ରିପୋର୍ଟ ଆଗତ କରାଯାଇଥିଲା । ମହୁଆ ନିଜର ପକ୍ଷ ରଖିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଥିକ୍ସ କମିଟି ବହିଷ୍କାର ସୁପାରିସ କରିଥିବାରୁ ବାଚସ୍ପତି ଓମ ର୍ବିଲା ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିଲେ । ଏହାକୁ ନେଇ ବେଶ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଟିଏମସି ସାଂସଦମାନେ ଗୃହର ମଧ୍ୟ ଭାଗକୁ ଆସିଥିଲେ । ଏହାକୁ ନେଇ ଦିନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ମହୁଆଙ୍କ ବହିଷ୍କାର ପାଇଁ ଏନଡିଏ ତରଫରୁ ପ୍ରସ୍ତାବ ଆଗତ ହେବାରୁ ଇଣ୍ଡିଆ ମେଣ୍ଟର ସାଂସଦମାନେ
କକ୍ଷତ୍ୟାଗ କରି ସଂସଦ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *