ସବୁଜମୟ ହେବ ବ୍ରହ୍ମଗିର
ପୁରୀ (ବୁ୍ୟରୋ): କେବଳ ଅତିବଡୀ ଜଗନ୍ନାଥ ଦାସ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୁହେଁ, ସମଗ୍ର ବ୍ରହ୍ମଗିରି ବ୍ଲକ୍ର ପ୍ରତିଟି ବିଦ୍ୟାପୀଠରେ ଲାଗିବ ଗଛ ଓ ବ୍ରହ୍ମଗିରି ସବୁଜମୟ ହେବ ବୋଲି କହିଛନ୍ତି ପ୍ରକୃତିବନ୍ଧୁ ବଦ୍ରି ମିଶ୍ର । ବିଦ୍ୟାପୀଠ ପରିସରରେ ଯୁବ ଓଡ଼ିଶା: ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶାରେ ସବୁଜମୟ ପରିବେଶ ପାଇଁ ସରକାରଙ୍କ ଏ ପ୍ରୟାସ ଅଭିନନ୍ଦନୀୟ । ସାମାଜିକ ସେବା ଶିବିର ଶୀର୍ଷକ ଏହି ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଉପେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱ କରିଥିଲା ବେଳେ, ସଂଗଠକ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମଗିରି ଫରେଷ୍ଟ ରେଞ୍ଜର ଚନ୍ଦ୍ରଶେଖର ସାହୁ କହିଥିଲେ ଯେ ଏନ୍ତୁଡ଼ିଶାଳରୁ ମରଣ ଜୁଇ ପର୍ଯ୍ୟନ୍ତ ଆମ ସାଥିରେ ଥିବା ବୃକ୍ଷ ହିଁ ଆମ ଜୀବନ: ଆମ ଦେବତା । ସରକାରଙ୍କ ପକ୍ଷରୁ ଯୁବଗୋଷ୍ଠୀ ମଧ୍ୟରେ କ୍ରୀଡ଼ା, ସାମାଜିକ, ପରିବେଶ ସଚେତନତା ସୃଷ୍ଟି ପାଇଁ ଉର୍ଦ୍ଧିଷ୍ଟ ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ପ୍ରକୃତିମିତ୍ର ମଧୁସୂଦନ ମିଶ୍ର, ସରପଞ୍ଚ ବବିତା ବିଶ୍ୱାଳ,
ବ୍ରହ୍ମଗିରି କ୍ଲବ୍ ସଭାପତି ବିନାୟକ ପାତ୍ର, ଫରେଷ୍ଟର ମାନସ ବେହେରା, ଶିକ୍ଷାବିତ୍ ସୁଶାନ୍ତ ଜେନା, ଚାଟାର୍ଡ ଆକାଉଣ୍ଟାଣ୍ଟ ଶିବାଶିଷ ପଣ୍ଡା, ପଣ୍ଡିତ ଶୁକଦେବ ମିଶ୍ର ଯୋଗଦେଇ ବୃକ୍ଷରୋପଣର ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥି ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଦୁଇଶହ ବୃକ୍ଷରୋପଣ କରିଥିଲେ । ଏହାକୁ ସଞ୍ଚାଳନ କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦ୍ୱାରିକାନାଥ ବିଶ୍ୱାଳ । ଆସନ୍ତାକାଲି ଠାରୁ ବିଦ୍ୟାଳୟ ପକ୍ଷରୁ ହେଲ୍ମେଟ୍ ସଚେତନତା କାର୍ଯ୍ୟକ୍ରମ, ଯୋଗ କାର୍ଯ୍ୟକ୍ରମ, ସଫେଇ କାର୍ଯ୍ୟକ୍ରମ, ପ୍ଲାଷ୍ଟିକ୍ ହଟାଓ କାର୍ଯ୍ୟକ୍ରମ କରାଯିବ ବୋଲି ଅଧ୍ୟକ୍ଷ ଉପେନ୍ଦ୍ର ମହାପାତ୍ର ଜଣାଇଛନ୍ତି ।