ଯୌତୁକ ପାଇଁ ଡାକ୍ତରାଣୀଙ୍କ ଆତ୍ମହତ୍ୟା

ଥିରୁବନନ୍ତପୁୂରମ୍(ଏଜେନ୍ସି): ମାତ୍ରାଧିକ ଯୌତୁକ ଦାବିକୁ ନେଇ ବିବାହ ଭାଙ୍ଗିଯିବାରୁ କେରଳର ଜଣେ ଯୁବ ଡାକ୍ତରାଣୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଥିରୁବନନ୍ତପୁରମ୍ ମେଡିକାଲ କଲେଜର ସର୍ଜରି ବିଭାଗ ପିଜି ଛାତ୍ରୀ ଶହନା (୨୬)ଙ୍କ ଶବ ସେ ରହୁଥିବା
ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଛି । ଯୌତୁକ ପାଇଁ ବାହାଘର ଭାଙ୍ଗିଯିବାରୁ ଶହନା ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ଧରି ସଂପର୍କରେ ଥିବା ବୟ ଫ୍ରେଣ୍ଡ ଡା. ରୁଇଜଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା । କିନ୍ତୁ ରୁଇଜ୍ଙ୍କ ପରିବାର ଯୌତୁକ ଆକାରରେ ବିଏମ୍ଡବ୍ଲୁ୍ୟ କାର, ୧୫ ତୋଳା ସୁନା ଗହଣା ଓ ୧୫ ଏକର ଜମି ଦାବି କରିଥିଲେ । ଶହନାଙ୍କ ପରିବାର ମାତ୍ରାଧିକ ଦାବି ପୂରଣ କରିବାରେ ବିଫଳ ହେବାରୁ ବାହାଘର ଭାଙ୍ଗିଯାଇଥିଲା । ବିବାହ ଭାଙ୍ଗିଯିବା ପରେ ଶହନା ଅବସାଦ ମଧ୍ୟ ଦେଇ ଗତି କରୁଥିଲେ । ଗତ ରାତିରେ ସେ ଆତ୍ମହତ୍ୟା କରିଥିଲେ । ଗୁରୁବାର କରୁଣାଗପାଲ୍ଲୀ ପୁଲିସ ଡା. ରୁଇଜଙ୍କୁ ଗିରଫ କରିଛି । ରାଜ୍ୟ ସରକାର ମାଲାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *