ଗୋପାଳପୁରରେ ଶିଳ୍ପ କରିଡର

ଭୁବନେଶ୍ୱର,୫ ।୧୨(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର୍ ପ୍ରତିଷ୍ଠା, ମୋଟର ଯାନ ବକେୟା ଟିକସ ଓ ଜରିମାନାର ଏକକାଳୀନ ପରିଶୋଧ, ଜଟଣୀ ଓ ଭୁବନେଶ୍ୱର ତହସିଲ ଅଧୀନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦା ସମେତ ୮ ବିଭାଗର ମୋଟ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ।କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ । ନିଷ୍ପତ୍ତି ଅନୁଯାୟୀ ଗୋପାଳପୁରରେ ଶିଳ୍ପ କରିଡର ପ୍ରତିଷ୍ଠା ହେବ । ଗୋପାଳପୁର ବନ୍ଦର ଅଞ୍ଚଳ ଓ ଗୋପାଳପୁରରେ ଥିବା ଟାଟା ଷ୍ଟିଲ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଶିଳ୍ପଗୁଡ଼ିକର ସଂଯୋଗୀକରଣ ପଥ (ୟୁଟିଲିଟି
କରିଡର) ନିର୍ମାଣ କାର୍ଯ୍ୟ ନିମନ୍ତେ ଇପିସି ଟେଣ୍ଡରକୁ ଅନୁମୋଦନ କରାଯାଇଛି । ପ୍ରକଳ୍ପର ଟେଣ୍ଡରମୂଲ୍ୟ ୧୨୮.୮୮ କୋଟି ଟଙ୍କା । ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ୧୮ ମାସ ଲାଗିବ । ୫୦ ହଜାରରୁ ଅଧିକ ଗାଡ଼ି ମାଲିକଙ୍କ ଉପରେ ମୋଟର ଯାନ ବକେୟା ଟିକସ ଓ ଜରିମାନା ବକେୟା ପଡ଼ିଛି । ଏହାର ଏକକାଳୀନ ପରିଶୋଧ କରାଯିବା ନେଇ ପରିବହନ ବିଭାଗ ଏକ ପ୍ରସ୍ତାବ ଦେଇଥିଲା । ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ସ୍କ୍ରାପ୍ କରିବାକୁ ଇଚ୍ଛୁକ ଗାଡ଼ି ମାଲିକଙ୍କ ଜରିମାନା ଓ ଟିକସ ଛାଡ଼ ହେବ । ଟିକସ ଦେଇ ଗାଡ଼ି ଚଳାଇବାକୁ ଇଚ୍ଛା କଲେ, ଜରିମାନା ସଂପୂର୍ଣ୍ଣ ଛାଡ଼ କରାଯିବ । ଜରିମାନା ଛାଡ଼ ସହ ଗାଡ଼ିର ବୟସ ଅନୁଯାୟୀ ଟିକସ କୋହଳ ହେବ । ପୁରୀ ପୌରସଂସ୍ଥା ଅଧୀନରେ ଜଟଣୀ ଓ ଭୁବନେଶ୍ୱର ତହସିଲ ଅଞ୍ଚଳ ଅନ୍ତର୍ଭୁକ୍ତ ଭୂମିହୀନମାନେ ପୂର୍ବ ବ୍ୟବସ୍ଥା ଅନୁଯାୟୀପୁରୀ ପୌରସଂସ୍ଥା ଅଧୀନରେ ଲିଜ୍ ସୂତ୍ରରେ ଜମି ପାଇଥିଲେ । ସେମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ନେଇ ଦୀର୍ଘ ଦିନରୁ ହୋଇ ଆସୁଥିଲା । ସେମାନଙ୍କ ଦାବି ପୂରଣ ହୋଇଛି । ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନକରାଯିବ । ରାଜସ୍ୱ ଓ ବିପର୍ଯ୍ୟୟପରିଚାଳନା ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଂଜୁର କରିଛି ।କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, କଟକ ବଜ୍ରକବାଟୀ ସ୍ଥିତ |

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *