ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା

ନୂଆଦିଲ୍ଲୀ,୧୮ା୯: ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା । ସୋମବାର ନୂଆଦିଲ୍ଲୀ ସ୍ଥିତ ଲୋଧି ଶ୍ମଶାନ ଘାଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକଙ୍କ ବଡ ଉଭଣୀ ଗୀତା ମେହେଟ୍ଟାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛିୟ । ଏକମାତ୍ର ପୁଅ ଆଦିତ୍ୟ ସିଂହ ମେହେଟ୍ଟା ମୁଖାଗ୍ନି ଦେଇଥିଲେ ।
ଅନ୍ତିମ ସଂସ୍କାରରେ ଦୁଇ ଭାଇ ପ୍ରେମ ପଟ୍ଟନାୟକ ଓ ନବୀନ ପଟ୍ଟନାୟଙ୍କ ସହ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଭଉଣୀଙ୍କୁ ଶେଷ ବିଦାୟ ବେଳେ ଭାବବିହ୍ୱଳ ହୋଇପଡିଥିଲେ ମୁଖ୍ୟମନ୍ତ୍ରୀ । ଅନ୍ତିମ ସଂସ୍କାରରେ ଭଉଣୀଙ୍କ ଶେଷ ସମୟରେ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ନିକଟ ସମ୍ପର୍କୀୟ ଲୋଧି ରୋଡ଼ ଶ୍ମଶାନରେ ଉପସ୍ଥିତ ଥିଲେ । ଏହି ଅବସରରେ ସାଂସଦ ପୀନାକି ମିଶ୍ର, ସାଂସଦ ମାନସ ମଙ୍ଗରାଜ, ସାଂସଦ ମୁନା ଖାଁ, ସାଂସଦ ଅମର ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହଦେଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖ ଉପସ୍ଥିତ ଥିଲେ ।
ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ହୋଇଥିଲା । ୨୦୧୯ ମସିହାରେ ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କ ପରଲୋକ ପରଠୁ ସେ ଭାରତରେ ରହୁଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *