ପ୍ରାଥମିକ ଶିକ୍ଷକ ଆନେ୍ଦାଳନ ସ୍ଥଗିତ
ଭୁବନେଶ୍ୱର,୧୮ା୯: ପ୍ରାଥମିକ ଶିକ୍ଷକ ସଂଘ ସୋମବାର ଆନେ୍ଦାଳନ ସ୍ଥଗିତ ରଖିଛି । ଗଣେଶ ପୂଜାରୁ ସମସ୍ତ ପ୍ରାଥମିକ ଶିକ୍ଷକ ସ୍କୁଲରେ ଯୋଗଦେବେ । ସରକାରଙ୍କ ସହ ପ୍ରାଥମିକ ଶିକ୍ଷକ ମହାସଂଘର ହୋଇଥିବା ଆଲୋଚନା ପରେ ୧୧ ଦିନ ଧରି ଚାଲିଥିବା ଆନେ୍ଦାଳନ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ପ୍ରାଥମିକ ଶିକ୍ଷକ ମହାସଂଘ ମହାସଚିବ ·ରୁଲତା ମହାପାତ୍ର ସୂଚନା ଦେଇଛନ୍ତ ।
ଡିସେମ୍ବର ସୁଦ୍ଧା ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନେଇ ସରକାର ପ୍ରତିଶ୍ରୁତି ପରେ ଆନେ୍ଦାଳନ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି । ମନ୍ତ୍ରୀଙ୍କ ସହ ଶିକ୍ଷକ ସଂଘର ବୈଠକ ସଫଳ ହେବା ସହ ସରକାର ସମସ୍ତ ଦାବିକୁ ଗୁରୁôତ୍ୱର ସହ ନେବା ଜଣାପଡିଛି ।
ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସୋମବାର ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା । ବୈଠକ ପରେ ଅର୍ଥମନ୍ତ୍ରୀ କହିଥିଲେ, ଶିକ୍ଷକମାନଙ୍କ ଦାବି ସମ୍ପର୍କରେ ସହୃଦୟତାର ସହ ବି·ର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିଦେ୍ର୍ଦଶ ଦିଆଯାଇଛି ।
ଗତ ୮ ତାରିଖରୁ ପ୍ରାଥମିକ ଶିକ୍ଷକଙ୍କ ଆନେ୍ଦାଳନ ଜାରି ରହିଥିଲା । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ୧୧ ତାରିଖରୁ ସାମୁହିକ ଛୁଟି ନେଇ ଆନେ୍ଦାଳନକୁ ଓହ୍ଲାଇଥିଲେ ୫୦ ହଜାରରୁ ଅଧିକ ସ୍କୁଲର ପ୍ରାୟ ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ପ୍ରତିଶ୍ରୁତି ନଦେଇଛନ୍ତି ସେପର୍ଯ୍ୟନ୍ତ ଆନେ୍ଦାଳନରୁ ନ ଓହରିବାକୁ ଶିକ୍ଷକ ସଂଘ ଚେତାବନୀ ଦେଇଥିଲା ।
ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ·କିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଣ୍ଟ୍ ପ୍ରଦାନ କରିବା, ଏକ୍ସକ୍ୟାଡ଼ର୍ ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର୍ଭୁକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆନେ୍ଦାଳନ ହୋଇଛି । ଯୁକ୍ତ ଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ୍ ପୁନଃ ପ୍ରଚଳନ ନିମନ୍ତେ ଦାବି ହୋଇଥିଲା ।