ପିଏମ୍ ବିଶ୍ୱକର୍ମାର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର/କୋରାପୁଟ, ୧୭ା୯ (ବୁ୍ୟରୋ/ଆପ୍ର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୩ତମ ଜନ୍ମଦିନ ଅବସରରେ ରବିବାର ମୋଦିଜୀ ନୂଆଦିଲ୍ଲୀ ସ୍ଥିତ ଦ୍ୱାରକା ସେକ୍ଟର-୨୧ଠାରେ ଥିବା ନବର୍ନିମିତ ଯଶୋଭୂମିରୁ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶ୍ରୀମନ୍ଦିରର ସେବାୟତ ତଥା ମହାପ୍ରଭୁଙ୍କୁ ବିଭିନ୍ନ ବେଶ କରାଉଥିବା ବସନ୍ତ ରଣାଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ଦେଇଛନ୍ତି । ଓଡ଼ିଶାର ଗ୍ରାମାଞ୍ଚଳର ଲୋକେ କୌଳିକ ବୃତି କରି ନିଜର ଜୀବିକା ର୍ନିବାହ କରୁଛନ୍ତି । ସେମାନେ ଏବେ ନିଜର କୈଳିକ ବୃତ୍ତିକୁ ଦେଶ, ବିଦେଶ ତଥା ବିଶ୍ୱଦରବାରରେ ପ୍ରତିଷ୍ଠିତ କରି ନିଜର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିପାରିବେ । ଲୋକାଲ୍ କୁ ଗ୍ଲୋବାଲ କରିବା ଆହ୍ୱାନ ମୋଦିଜୀ ପ୍ରଥମରୁ ଦେଇଆସିଛନ୍ତି । ଗରିବଙ୍କ ପାଇଁ ମୋଦିଜୀ ଏଭଳି ପ୍ରୟାସ କରିଥିବାରୁ ଓଡ଼ିଶାବାସୀଙ୍କ ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଜି ଓଡ଼ିଶାର କୋରାପୁଟ ଜିଲ୍ଲା କୋଟପାଡ଼ରେ ରାଜ୍ୟ ସଭାପତି ମନମୋହନ ସାମଲ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି, ବିଶ୍ୱକର୍ମା ଭାଇଭଉଣୀମାନଙ୍କ ସମ୍ମାନ ରକ୍ଷା କରିବା, ସାମର୍ଥ ବୃଦ୍ଧି କରିବା ଏବଂ ସମୃଦ୍ଧି ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଏହା ବିନମ୍ର ପ୍ରୟାସ । ଗ୍ରାମୀଣ ଆର୍ଥିକ ଅଭିବୃଦ୍ଧିରେ ପିଏମ୍ ବିଶ୍ୱକର୍ମା ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିବ । ଏହାଛଡା ଭାରତବର୍ଷର ୫ ଟ୍ରିଲିୟନ ଡ଼ଲାର ଅର୍ଥନୀତିରେ ଏହି ଯୋଜନାର ବିଶେଷ ଅବଦାନ ରହିବ । ଓଡ଼ିଶାରୁ ପ୍ରାୟ ଲକ୍ଷାଧିକ କାରିଗର ପରିବାର ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଉପକୃତ ହେବେ । ଏହି ବିଶ୍ୱକର୍ମା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ପାରମ୍ପାରିକ ବୃତ୍ତିକୁ ଅନ୍ତର୍ଭୁକ୍ତ କରାଯାଇଛି ।
ସେମାନଙ୍କ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ବିହୀନ ଋଣ, ସାଜ ସରଞ୍ଜାମ ପାଇଁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଦକ୍ଷତା ପ୍ରଶିକ୍ଷଣ ଓ ଏ ସମୟରେ ଦୈନିକ ୫ଶହ ଟଙ୍କାର ଭତା, ବିପଣନ ସହାୟତା ଯୋଗାଇ ଦିଆଯିବ । ଏଥିଲାଗି ଦେଶର ୨୦୨୩-୨୪ ରୁ ୨୦୨୭-୨୮ ମଧ୍ୟରେ ୧୩ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାଦ୍ୱାରା ୫ବର୍ଷରେ ୩୦ଲକ୍ଷ କାରିଗର ପରିବାର ଉପକୃତ ହେବେ । ଏହି କୁଶଳୀ କାରିଗରମାନେ ପରବର୍ତ୍ତୀ ସମୟରେ ନିଯୁକ୍ତିଦାତା ହୋଇପାରିବେ । ଏହି ଅବସରରେ ଭାରତୀୟ ମାଷ୍ଟର ଓ ପାରମ୍ପାରିକ ବୁଣାକାର ଆଦିବାସୀ ହସ୍ତଶିଳ୍ପ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକରଙ୍କୁ ସମ୍ମାନିତ କରିଛନ୍ତି ଶ୍ରୀ ସାମଲ । ଓଡ଼ିଶାର ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୁରୀରେ କେନ୍ଦ୍ରମନ୍ତ୍ରୀ ମୁଞ୍ଜାପରା ମହେନ୍ଦ୍ର ଭାଇ, ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା, ଯାଜପୁରର କୁଆଖିଆ ଠାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବାଲେଶ୍ୱରରେ ସାଂସଦ ପ୍ରତାପ ଷଡଙ୍ଗୀ, ବଲାଙ୍ଗିରରେ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ସାଂସଦ ସଙ୍ଗୀତା ସିଂହଦେଓ, ନୂଆପଡାରେ ସାଂସଦ ବସନ୍ତ ପଣ୍ଡା, ବରଗଡରେ ସାଂସଦ ସୁରେଶ ପୂଜାରୀ, ନୟାଗଡରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, କେନ୍ଦୁଝରରେ ବିଧାୟକ ମୋହନ ମାଝୀ, ଢେଙ୍କାନାଳରେ ଡା.ଲେଖାଶ୍ରୀ ସାମନ୍ତସିଂହାର, ସୁନ୍ଦରଗଡରେ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ, ବିଧାୟକ ଭବାନି ଭୋଇ, କଟକରେ ସଜ୍ଜନ ଶର୍ମା, ସୁରଥ ବିଶ୍ୱାଳ, ପ୍ରକାଶ ବେହେରା ଓ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ମୋଦିଜୀଙ୍କ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *