ରାଜ୍ୟରେ ବର୍ଷା ବିତ୍ପାତ

ଭୁବନେଶ୍ୱର, ୧୪ା୯ (ବୁ୍ୟରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଏହି ସୁଦୃଶଃ ଲଘୁ·ପ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ।
ଲଘୁଚାପ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା (୨୦ ସେମିରୁ ଅଧିକ) ନେଇ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ ଓ ସମ୍ବଲପୁର ଏହି ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା (୧୨-୨୦ ସେମି) ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା- କୋରାପୁଟ, ରାୟଗଡା, ନୟାଗଡ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ।
ଶୁକ୍ରବାର ଠାରୁ ବର୍ଷା ପ୍ରକୋପ କମିପାରେ । ତେବେ ଶୁକ୍ରବାର ଓ ଶନିବାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଗତ ୨୪ ଘଣ୍ଟାରେ ରାଜ୍ୟର ୪ ସ୍ଥାନରେ ଅତି ପ୍ରବଳ ଓ ୧୭ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ୧୫୬.୪ ମିଲିମିଟର, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ୧୨୮ ମିମି, ମାଲକାନଗିରିର ଚିତ୍ରକୋଣ୍ଡାରେ ୧୧୭ ମିମି, ବରଗଡ ଜିଲ୍ଲା ଅତାବିରାରେ ୧୧୬ ମିମି, କନ୍ଧମାଳ ଜିଲ୍ଲା ଟିକାବାଲିରେ ୧୧୪ ମିମି ଏବଂ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ୧୦୨ ମିମି ବର୍ଷା ହୋଇଛି । ୩ ଦିନ ଧରି ଦକ୍ଷିଣ ଓଡିଶାରେ ବର୍ଷା ପ୍ରକୋପ ଅଧିକ ହେବା ଯୋଗୁ ପାହାଡରୁ ମାଟି ଅତଡା ଖସି କୋରାପୁଟ ମାଛକୁଣ୍ଡ ଜଳ ବିଦୁ୍ୟତ୍ ପ୍ରକଳ୍ପ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଥିଲା । ଲଘୁଚାପ ଆସନ୍ତା ତିନି ଦିନ ଭିତରେ ଓଡିଶା ଉପକୂଳ ହୋଇ ଛତିଶଗଡ ଅତିକ୍ରମ କରିବ । ତେଣୁ ଓଡିଶା ସମେତ ଉତ୍ତର ଆନ୍ଧ୍ର ଓ ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।
ଅନ୍ୟପକ୍ଷରେ ପ୍ରବଳ ଲଘୁଚାପ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସରକାର ଅଶ୍ୱାସନା ଦେଇଛନ୍ତି । ଗତ ୨୪ ଘଣ୍ଟାରେ ହାରାହାରି ୩୭ ମିଲିମିଟର ବର୍ଷା ହୋଇଛି । ତଳମୁଣ୍ଡରେ ବର୍ଷା ନ ଥିବା ବେଳେ ମହାନଦୀ ଉପରମୁଣ୍ଡରେ ବର୍ଷା ହୋଇଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି, ହୀରାକୁଦକୁ ୧.୩୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମ୍ର ବର୍ତ୍ତର୍ମାନ ୧୪ଟି ଗେଟ୍ ଖୋଲା ଅଛି । ଗୁରୁବାର ସକାଳ ୯ଟା ସୁଦ୍ଧା ଖଇରମାଲ ଠାରେ ୧.୨୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳିରେ ୯୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଗୁରୁବାର ରାତି ସୁଦ୍ଧା ଖଇରମାଲରେ ୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *