୨୩ରେ ଏକକ ନିର୍ବାଚନ କମିଟି ବୈଠକ

ଭୁବନେଶ୍ୱର, ୧୬ା୯(ବୁ୍ୟରୋ): ଚଳିତ ମାସ ୨୩ ତାରିଖରେ “ୱାନ୍ ନେସନ, ୱାନ ଇଲେକ୍ସନ’ ବା ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟିର ପ୍ରଥମ ବୈଠକ ବସିବ । ପୂର୍ବତନ ରାଷ୍ଟ୍ରପତି ତଥା “ନେସନ, ୱାନ ଇଲେକ୍ସନ’ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ଆଜି ଭୁବନେଶ୍ୱର ଗସ୍ତରେ ଆସିଥିବା ଅବସରରେ ଏହି ସୂଚନା ଦେଇଛନ୍ତି । ରାମନାଥ କୋବିନ୍ଦ ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଛନ୍ତି ।
କେନ୍ଦ୍ର ସରକାର ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକ ସମୟରେ କରାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହାକୁ କେମିତି କାର୍ଯ୍ୟକାରୀ କରାଯାଇପାରିବ, ସେଥିପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ଗତ ୬ ତାରିଖ ଦିନ ଗୃହମନ୍ତ୍ରୀ ଅମିତ ଶାହ ଓ ଆଂନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ୍ କୋବିନ୍ଦଙ୍ ସହ ଆଲୋଚନା କରିଥିଲେ । ଆଲୋଚନା ଘଣ୍ଟାଏ କାଳ ଚାଲିଥିଲା । ଉଲ୍ଲେଖଯୋଗ୍ୟ ଯେ ଆଇନ୍ ମନ୍ତ୍ରୀ ଉକ୍ତ କମିଟିର ବିଶେଷ ସଦସ୍ୟ ରହିଛନ୍ତି । ଆଇନ ମନ୍ତ୍ରାଳୟ ଦ୍ୱାରା ଗଠିତ ଏହି କମିଟି ବର୍ତ୍ତମାନର ଆଇନଗତ ଢାଞ୍ଚା ପ୍ରତି ଧ୍ୟାନ ଦେଇ ଦେଶରେ ଏକ ସଙ୍ଗେ ନିର୍ବାଚନ କରାଇବା ସମ୍ଭବ କି ନୁହେଁ ଅନୁଧ୍ୟାନ କରିବ ।
ସରକାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ନେତା ଅଧୀର ରନ ଚୌଧୁରୀ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନାରାଲ ସୁଭାଷ ସିଂହ କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ଭିଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ଏହି କମିଟିରେ ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ । ଅଧୀର ରଞ୍ଜନ ଚୌଧୁରୀ କମିଟିରୁ ଓହରି ଯାଇଛନ୍ତି । ଆସନ୍ତା ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସୁଥିବାବେଳେ ଗୃହରେ କେନ୍ଦ୍ର ସରକାର ଏହି ବିଲ ଅ ।ଗତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *