୧ଠ ଲକ୍ଷ ଲେଖାଏଁ ପ୍ରୋତ୍ସାହନ

ଏସିଆଡ୍ ଲାଗି ୧୩ ଓଡ଼ିଆ ଖେଳାଳି ମନୋନିତ
ସଫଳତା କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୯ (ବୁ୍ୟରୋ): ଚୀନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ ଜଣ କୃତୀ କ୍ରୀଡ଼ାବିତଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ ୧୦ ଳକ୍ଷ ଟଙ୍କା ଲେଖାଏଁ ସହାୟତାଳ ଦିଆଯିବ । ତାଲିମ ପ୍ରସ୍ତୁତି ଓ ଅଂଶଗ୍ରହଣ ନିମିତ୍ତ କ୍ରୀଡ଼ାବିତ୍ଙ୍କୁ ଏହି ଅର୍ଥ ସହାୟତା ପ୍ରଦାନ କରାଯାଉଛି ।
ସୂଚନା ଅନୁଯାୟୀ, ଚୀନ୍ର ହାଙ୍ଗଝୁରେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା-୨୦୨୨ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବା ପାଇଁ ମନୋନିତ ଓଡିଶାର ୧୩ ଜଣ ଆଥ୍ଲେଟ୍ ହେଲେ କିଶୋର ଜେନା, ରୀତୁ କାଉଡ଼ି, ଅଂଶିକା ଭାରତି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ଦୀପ୍ଗ୍ରେସ ଏକ୍କା, ଅମିତ ରୋହିଦାସ, ଡୁମୁଣୀ ମାରାଣ୍ଡି, ତରୁଲତା ନାୟକ, ମାମା ନାୟକ, ହୁପି ମାଝି ପ୍ରମୁଖ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଥ୍ଲେଟ୍ମାନଙ୍କୁ ଅନନ୍ଦନ ଜଣାଇବା ସହିତ ସେମାନଙ୍କ ସଫଳତା କାମନା କରିଛନ୍ତି । ଓଡ଼ିଆ ଆଥ୍ଲେଟ୍ମାନେ ଆର୍ଥିକ ପ୍ରୋତ୍ସାହନ ଦ୍ୱାରା ଉନ୍ନତମାନର ତାଲିମ ନେଇ ଏସିଆଡ୍ରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନକରି ରାଜ୍ୟପାଇଁ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମରେ ରାଜ୍ୟରେ କ୍ରୀଡ଼ାର ବିକାଶ ଘଟିଛି । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ସ୍ରୋତ୍ସାହିତ କରୁଛନ୍ତି ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ଉଦ୍ୟମ କରୁଚନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *