ପହଞ୍ଚôଲେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଟିମ୍

ଭୁବନେଶ୍ୱର,୧୨ା୯(ବୁ୍ୟରୋ/ତଥ୍ୟ): କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଏକ ପ୍ରତିନିଧି ଦଳ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚôଛନ୍ତି । ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ବୁଧବାର ଖାରବେଳ ଭବନରେ ଏକ ବୈଠକ ହେବ । ଏଥିରେ ରାଜ୍ୟ ନିର୍ବାଚନ ଅଧିକାରୀ ଟିମ୍ଙ୍କ ସହ ସମସ୍ତ ଜିଲ୍ଲାପାଳ ଯୋଗଦେବେ । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରାଯିବ ।
ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ରଣସଜ୍ଜା ସେତିକି ବଢୁଥିବା ପରିପ୍ରେକ୍ଷୀରେ ଏଥର ନିର୍ବାଚନ ସଂଗ୍ରାମ ଜୋର୍‌ଦାର ହେବ ଏବଂ ରାଜନୈତିକ ହିଂସାକାଣ୍ଡ ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ଭାରତର ନିର୍ବାଚନ କମିଶନରଙ୍କ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ଏବେ ଓଡ଼ିଶା ସମେତ ସାରା ଦେଶରେ ପ୍ରସ୍ତୁତି ପର୍ବ ପୁରା ଦମ୍‌ରେ ଚାଲିଛି । ଆଗୁଆ ନିର୍ବାଚନ ନହେଲେ ୨୦୨୪ ଏପ୍ରିଲ୍‌ରେ ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ହେବା ଏକପ୍ରକାର ନିଶ୍ଚିତ । ଏଥିଲାଗି ମୁଖ୍ୟ ନିର୍ବାଚନ କମିଶନଙ୍କ ନେତୃତ୍ୱରେ ଏକ ଦଳ ଓଡ଼ିଶା ଗସ୍ତରେ ଆସି ପ୍ରସ୍ତୁତିପର୍ବ ସଂକ୍ରାନ୍ତରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି ।
ଏହି ନିର୍ବାଚନ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ, କେନ୍ଦ୍ରରେ ସରକାରରେ ଥିବା ଭାରତୀୟ ଜନତା ପାର୍ଟି ଓ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଅନୁଷ୍ଠାନ କଂଗ୍ରେସ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି । କଂଗ୍ରେସ ଓଡ଼ିଶାରେ ୨୩ବର୍ଷ ଧରି କ୍ଷମତାରୁ ବାହାରେ ଥିବାବେଳେ କେନ୍ଦ୍ରରେ ବି ୯ବର୍ଷ ଧରି କଂଗ୍ରେସ ବିରୋଧୀ ଦଳରେ ବସୁଛି । ଏ ପରିପ୍ରେକ୍ଷୀରେ ଜାତୀୟ ସ୍ତରରେ କଂଗ୍ରେସ ନେତୃତ୍ୱରେ ‘ଇନ୍‌ଡିଆ’ ମେଣ୍ଟ ଗଢାଯାଇଛି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା ସହିତ ତାଙ୍କ ସଙ୍ଗଠନକୁ ଜାତୀୟ ସ୍ତରରେ ସକ୍ରିୟ କରିବା ପାଇଁ ଲାଗି ପଡିଛନ୍ତି ।
ରାଜ୍ୟ ବିଧାନସଭାରେ କଂଗ୍ରେସ ୧୪୭ରୁ ମାତ୍ର ୯ଟି ଆସନରେ ଥିବାବେଳେ ୨୦୨୪ ପାଇଁ କଂଗ୍ରେସର ମିଶନ ରହିଛି ୯ରୁ ୯୦ । ଏଥିଲାଗି ପ୍ରଦେଶ କଂଗ୍ରେସ ପକ୍ଷରୁ ଏବେ ପ୍ରାୟ ସବୁଦିନ କିଛି ନା କିଛି କାର୍ଯ୍ୟକ୍ରମ କରାଯାଉଛି । ବିଶେଷକରି ଲୋକସଭାରେ କଂଗ୍ରେସର ମାତ୍ର ଜଣେ ସଦସ୍ୟ ଥିବାବେଳେ ଏହି ସଂଖ୍ୟା ୨ଅଙ୍କ ବିଶିଷ୍ଟ କରିବା ପାଇଁ ଉଦ୍ୟମ ଚାଲିଛି । ଏ ପରିପ୍ରେକ୍ଷୀରେ ଦୀର୍ଘବର୍ଷ ଧରି ଏକ ପ୍ରକାର ଶୋଇ ପଡିଥିବା କଂଗ୍ରେସ ଓଡ଼ିଶାରେ ଚେଇଁବାକୁ ଆରମ୍ଭ କରିଥିଲେ ମଧ୍ୟ ଦଳର ଅର୍ନ୍ତଦ୍ୱନ୍ଦ ଓ ନେତା ନିଲମ୍ବନ ଅଭିଯାନ କିନ୍ତୁ ଜାରି ରହିଛି । ବିଜେପି ୨୦୧୯ ନିର୍ବାଚନରେ ୧୨୦+ ଲକ୍ଷ ରଖିଥିବାବେଳେ ୨୦+ରେ ସୀମିତ ରହିଯାଇଥିଲା । ଏବେ ପୁଣି ୧୨୦+ ନାରା ଦଳ ଦେଉଛି । ଦଳ ଭିତରେ ଫାଟ ଥିଲେ ବି ନିର୍ବାଚନ ମିଳିମିଶି ଲଢାଯିବ ତେବେ ବିଜେପି ସହ ବିଜେଡି ସମ୍ପର୍କ ଘେନି ଚର୍ଚ୍ଚା ଥମୁ ନଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଜାତୀୟସ୍ତରରେ ପ୍ରଶଂସା ସମସ୍ୟା ସୃଷ୍ଟି କରିପାରେ । ଗତଥର ବିଜେପି ଦ୍ୱିତୀୟ ସ୍ଥାନକୁ ଆସି ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ମାନ୍ୟତା ରାଜ୍ୟରେ ପାଇଛି । ଏହାଛଡ଼ା ମୋଦୀ ହାୱାକୁ ଆୟୁଧ କରି ମଧ୍ୟ ଦଳ ଓଡ଼ିଶାରେ ଲୋକସଭାକୁ ୮ଜଣଙ୍କୁ ଜିଣାଇଥିବାବେଳେ ସଂଖ୍ୟାର ଖେଳରେ ପଛରେ ଥିବା ସତ୍ତ୍ୱେ ରାଜ୍ୟସଭାକୁ ଜଣକୁ ପଠାଇଛି । ବିଜେପି ଏବେ ବୁଥ୍‌ସ୍ତରରେ ସଙ୍ଗଠନ ସକ୍ରିୟ କରିବାରେ ଲାଗିଛି । ବିଜେପି ଓ କଂଗ୍ରେସ ଭଳି ବିଭିନ୍ନ ବାମପନ୍ଥୀ ସଙ୍ଗଠନ ଓ ଅନ୍ୟ ଦଳମାନେ ମଧ୍ୟ ନିର୍ବାଚନ ପାଇଁ ତତ୍ପର ହୋଇ ଉଠିଛନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଲଗାତର ଭାବେ ରେକର୍ଡ ସଂଖ୍ୟକ ୫ଥର ସରକାର ଗଢିଥିବାବେଳେ ଦଳ ପକ୍ଷରୁ ପୁଣି ନବୀନଙ୍କୁ ୬ଷ୍ଠ ପାଳିର ମୁଖ୍ୟମନ୍ତ୍ରୀ କରାଇବା ଲାଗି ନିରନ୍ତର ପ୍ରୟାସ ଜାରି ରହିଛି । ୨୦୧୯ ପରଠାରୁ ୯ଟି ବିଧାନସଭା କ୍ଷେତ୍ର ଲାଗି ହୋଇଥିବା ଉପନିର୍ବାଚନରେ ବିଜେଡି ୮ଟିରେ ଜିଣିଥିବାବେଳେ ଗତ ପୋ÷ର ଓ ପଞ୍ଚାୟତ ନିର୍ବାଚନରେ ଏକପାଖିଆ ବିଜୟ ହାସଲ କରିଛି । ଏଥର ବିଜେଡି ନିଜର ପୂର୍ବ ରେକର୍ଡ ଭାଙ୍ଗି ବିଧାନସଭାର ଅନୁ୍ୟନ ୧୩୦ ଓ ଲୋକସଭାର ସମସ୍ତ ଆସନ ଦଖଲ କରିବା ପାଇଁ ସୁଚିନ୍ତିତ କାର୍ଯ୍ୟକ୍ରମ ଚଳାଇବା ସଙ୍ଗେ ସଙ୍ଗେ ନିର୍ବାଚନମଣ୍ଡଳୀସ୍ତରୀୟ ଛାମୁଆ କର୍ମୀମାନଙ୍କୁ ତାଲିମ ଦେବାରେ ଲାଗିଛି ।
ମୋଟାମୋଟି ଭାବେ ଓଡ଼ିଶାରେ ଉଭୟ ସରକାରୀ ଓ ବିରୋଧୀ ଦଳ ପାଇଁ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ‘କର ବା ମର’ ପ୍ରସଙ୍ଗ ହେବାକୁ ଯାଉଛି । ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶଙ୍କା କରୁଛନ୍ତି ଯେ ପୂର୍ବାପେକ୍ଷା ଆଗାମୀ ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ ଅଧିକ ପ୍ରତିଶ୍ରୁତି ବର୍ଷା କରାଯିବା ସହିତ ପ୍ରଚୁର ଅର୍ଥ ଓ ନିଶା କାରବାର ହୋଇପାରେ ଏବଂ ତାହାର ପ୍ରତିଫଳନ ସ୍ୱରୂପ ରାଜନୈତିକ ହିଂସାକାଣ୍ଡ ମଧ୍ୟ ବୃଦ୍ଧି ପାଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *