ଲକ୍ଷାଧିକ ମୃତୁ୍ୟ ଆଶଙ୍କା

ଲିବ୍ୟାରେ ବିନାଶକାରୀ ବାତ୍ୟା ଓ ବନ୍ୟା
ଡର୍ନା,୧୨ା୯: ୯ ତାରିଖର ଡାନିଏଲ ବାତ୍ୟା ଓ ପରେ ପରେ ଲିବ୍ୟାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଲକ୍ଷାଧିକ ଲୋକଙ୍କ ମୃତୁ୍ୟ ଘଟିଥିବା ଆଶଙ୍କା କରାଯାଉଛି । ସରକାରୀ ରିପୋର୍ଟରେ ବର୍ତ୍ତମାନ ସୁଦ୍ଧା ୩ ହଜାର ଲୋକ ପ୍ରାଣ ହରାଇଥିବା ଓ ପ୍ରାୟ୧୦ ହଜାର ଲୋକ ନିଖୋଜ ଥିବା କୁହାଯାଇଛି । ନିଖୋଜଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ୍ ଜଲିଲ୍ କହିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୧୩୨ଜଣ ସୈନିକଙ୍କ ଖୋଜଖବର ମିଳୁନାହିଁ । ଦେଶର ସମସ୍ତ ବିମାନ ବନ୍ଦର ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ବିଦେଶୀ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ସମ୍ଭବ ହୋଇ ପାରୁନାହିଁ । ଏ ପର୍ଯ୍ୟନ୍ତ ମାତ୍ର ୭ ଶହ ଶବ ଚିହ୍ନଟ ହୋଇପାରିଛି । ଶେଷ ମୃତୁ୍ୟ ଆକଳନ ବେଳକୁ ବୋଧହୁଏ ବିଶ୍ୱ ଆଶ୍ଚର୍ଯ୍ୟ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଲିଲ୍ କହିଛନ୍ତି ।
‘ଦ ଗାର୍ଡିଆନ’୍ ଏବଂ ‘ଅଲ୍ ଅରବ ମନିଟର’ ରିପୋର୍ଟ ଅନୁଯାୟୀ ଲିବ୍ୟାର ପୂର୍ବ ଭାଗର ସ୍ଥିତି ଖରାପ ରହିଥିବା କାରଣରୁ ୨୪ଘଣ୍ଟା ମଧ୍ୟରେ ମୃତୁ୍ୟସଂଖ୍ୟା ୭ଶହରୁ ୩ ହଜାରକୁ ବୃଦ୍ଧି ପାଇଛି । ସୋମବାରରୁ ମଙ୍ଗଳବାର ମଧ୍ୟରେ ନିଖୋଜଙ୍କ ସଂଖ୍ୟା ୨୦୦ରୁ ୧୦ ହଜାରକୁ ବୃଦ୍ଧି ପାଇଛି । ସେହିପରି ଡର୍ନା ବନ୍ଦରର ୨ଟି ଯାକ ବନ୍ଧ ଭାଙ୍ଗିଯିବାରୁ ସମଗ୍ର ସହର ବନ୍ୟା ଘେରରେ ରହିଛି । ସହରରେ ୭ ଶହ ଲୋକଙ୍କ ମୃତୁ୍ୟ ହୋଇଥିବା ବେଳେ କବର ଦେବାପାଇଁ ଯାଗା ମିଳୁନାହିିଁ ।
ଡର୍ନା ଅଞ୍ଚଳରେ ଅନେକ ଶବ ଭାସୁଥିବା ବେଳେ କିଛି ଶବ ଘରେ ପଚିବା ଆରମ୍ଭ ହୋଇଛି । ଏହି କାରଣରୁ ସଂକ୍ରାମକ ରୋଗ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି ।
ବର୍ତ୍ତମାନ ତୁର୍କୀ ୮୪ ଜଣିଆ ଏକ ଡାକ୍ତରୀ ଦଳ ଏବଂ କିଛି େଓ÷÷୍ୟଷଧ ବେନଗାଜୀ ସହରକୁ ପଠାଇଛି । ଲିବ୍ୟାକୁ ଯଥାଶୀଘ୍ର ସହାୟତା ପାଇଁ ଅନ୍ୟ ଦେଶମାନଙ୍କର ସହାୟତା ଯୋଗାଇ ଦିଆଯିିବ ବୋଲି ଜାତିସଂଘ କହିଛି । କିଛିମାସ ପୂର୍ବେ ତୁର୍କୀ ଓ ସିରିଆରେ ଭୂମିକମ୍ପ ପରେ ଯେଭଳି ପରିସ୍ଥିତି ଉପୁଜିଥିଲା,ଏବେ ଲିବ୍ୟା ସ୍ଥିତି ଠିକ୍ ସେପରିି । ତେଣୁ ସହାୟତା ଯୋଗାଇଦେବା ଲାଗି ବିଭିନ୍ନ ଦେଶଙ୍କୁ ଅନୁରୋଧ କରାଯିବ ବୋଲି ଜାତିସଂଘର ଜଣେ ଅଧିକାରୀ କହିଛନ୍ତି ।
୨୦୧୧ ମସିହାରେ ମୁଅମ୍ମର ଗଦାଫିଙ୍କୁ ହତ୍ୟା କରାଯିବା ପରଠାରୁ ଲିବ୍ୟା ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଲିବ୍ୟାରେ ଦୁଇଟି ପ୍ରଶାସନ କାର୍ଯ୍ୟ କରୁଛି । ଗୋଟିଏ ଗୋଷ୍ଠୀ ଗାଦାଫିଙ୍କ ସମର୍ଥକ, ଅନ୍ୟଟି ଜନଜାତି ଗୋଷ୍ଠୀ । ୨୦୧୧ ମସିହାରୁ ଲିବ୍ୟାରେ କୌଣସି ରାସ୍ତା ନିର୍ମାଣ ହୋଇନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *