ଫାଇନାଲ୍ରେ ଭାରତ

ଏସିଆ କପ୍ ୨୦୨୩
କଲମ୍ବୋ, ୧୨ା୯ (ଏଜେନ୍ସି): ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୩ର ଫାଇନାଲ୍ରେ ପ୍ରବେଶ କରିଛି । ମଙ୍ଗଳବାର ସୁପର୍-୪ ପର୍ଯ୍ୟାୟରେ ଭାରତ ନିଜ ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୪୧ ରନ୍ରେ ମାତ୍ ଦେଇଛି ।
୨୧୪ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଶ୍ରୀଲଙ୍କା ଟିମ୍ ୪୧.୩ ଓଭର୍ରେ ୧୭୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ଦୁନିଥ ୱେଲ୍ଲାଲାଗେ ସର୍ବାଧିକ ୪୨ ରନ୍ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ୪୩ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡ଼େଜା ୨ ଲେଖାଏଁ ଏବଂ ମହମ୍ମଦ ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ସୁପର୍-୪ ପର୍ଯ୍ୟାୟରେ ଭାରତ ଏ ଯାବତ ୪ ପଏଣ୍ଟ ପାଇଛି । ଏବେ ସେପ୍ଟେମ୍ବର ୧୪ରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ନକ୍ଆଉଟ୍ ଭଳି ହେବ ।, କାରଣ ଉଭୟ ଟିମ୍ ୨ ପଏଣ୍ଟ ଲେଖାଏଁ ପାଇଛନ୍ତି । ଯେଉଁ ଟିମ୍ ଜିତିବ, ସିଏ ଫାଇନାଲ୍କୁ ଯିବ । ଭାରତୀୟ ଟିମ୍ ନିଜ ଶେଷ ସୁପର୍-୪ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ ।
ଏହା ପୂର୍ବରୁ ଭାରତୀୟ ଟିମ୍ ୪୯.୧ ଓଭର୍ରେ ୨୧୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୩ ରନ୍ କରିଥିଲେ । ବିପକ୍ଷ ବୋଲର୍ ଦୁନିଥ ୱେଲାଲାଗେ ୫ଟି ଓ ଚରିଥ ଅସାଲଙ୍କା ୪ଟି ୱିକେଟ୍ ନେଇଥିବା ବେଳେ ମହୀଶ ତୀକ୍ଷଣା ଗୋଟିଏ ୱିକେଟ୍ ପାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *