ବଢୁଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ

ଭୁବନେଶ୍ୱର, ୧୨ା୯(ବୁ୍ୟରୋ): ଡେଙ୍ଗୁ ମାମଲା ଭଳି ଏବେ ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ବଢ଼ୁଛି । ସେଥିପାଇଁ ରାଜ୍ୟବାସୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଏହା ଚିଗର୍ ନାମକ କୀଟ କାମୁଡ଼ିଲେ ହେଉଛି । ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି । ସ୍କ୍ରବ୍ ଟାଇଫସ୍ ହେଲେ ଜ୍ୱର ଲାଗି ରହେ, ମୃତୁ୍ୟ ସମ୍ଭାବନା ବି ଅଛି । ଶରୀରର ଯେଉଁ ସ୍ଥାନକୁ ଚିଗର୍ କୀଟ କାମୁଡେ, ସେଠାରେ ସ୍କିନ୍ ଡେଡ୍ ହୋଇଯାଏ ଯାହାକୁ ଏ·ର୍ କୁହାଯାଏ । ସବୁ ଜିଲ୍ଲା ହସ୍ପିଟାଲର ଡିପିଏଚ୍ଏଲ୍ରେ ଏଲିଶା ପଦ୍ଧତିରେ ଏହାର ପରୀକ୍ଷା ବ୍ୟବସ୍ଥା ରହିଛି । ଚିହ୍ନଟ ହେଲେ ଚିକିତ୍ସା ସହଜ ହେବ । ସାଧାରଣ ଆଣ୍ଟିବାୟୋଟିକ୍ କାମଦେବ । ଯାହାର ଜ୍ୱର କମୁନି, ସେମାନେ ପରୀକ୍ଷା କରନ୍ତୁ କାରଣ ଏହାକୁ ପ୍ୟାରକ୍ସିଆ ପରନ୍ରିଜିନ୍ କୁହାଯାଏ । ପ୍ୟାରକ୍ସିଆ ପରନ୍ରିଜିନ୍ମାନଙ୍କୁ ସ୍କ୍ରବ୍ ଟାଇଫସ୍ ଟେଷ୍ଟ୍ କରାଯାଏ । ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଏହି ରୋଗ ବ୍ୟାପୁଛି । ସର୍ବାଧିକ ମାମଲା କେନ୍ଦୁଝରରୁ ଆସୁଛି ।
ପ୍ରତିଦିନ ରାଜ୍ୟରେ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରରେ ଦୈନିକ ୮୦ରୁ ୧୦୦ ମାମଲା ଆସୁଛି । ୧୦ ତାରିଖ ରିପୋର୍ଟ ଅନୁସାରେ, ସାରା ରାଜ୍ୟରେ ୬୮,୬୧୦ଟି ନମୁନା ପରୀକ୍ଷା ହୋଇଛି । ସେଥିରୁ ୫୦୯୭ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୧୩୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୫୫୫, କଟକରୁ ୫୨୦ ଓ ବାଲେଶ୍ୱରରୁ ୪୭୩ ଜଣ ଚିହ୍ନଟ ହୋଇଛନ୍ତି ।
ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ କହିଛନ୍ତି, ଡେଙ୍ଗୁ ବଂଶ ବିସ୍ତାର ପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ଅଛି । ବର୍ଷା ନ ଛାଡ଼ିବା ଯାଏଁ ରୋଗ କମିବ ନାହିଁ । ବିଶେଷତଃ ଜୁଲାଇରୁ ଅକ୍ଟୋବର ଡେଙ୍ଗୁର ପିକ୍ ପିରିୟଡ୍ । ଏହା ଏକ ଭାଇରାଲ୍ ରୋଗ । ମଣିଷରୁ ମଣିଷକୁ ସଂକ୍ରମିତ ହୁଏନି । ଡେଙ୍ଗୁ ରୋଗୀକୁ ମଶା କାମୁଡି ଆଉ ଜଣେ ମଣିଷକୁ କାମୁଡିଲେ ଡେଙ୍ଗୁ ହୁଏ । ଡେଙ୍ଗୁ ରୋଗୀ ବାହାର ରାଜ୍ୟରୁ ଆସିଥିଲେ ପରିବାର ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଡେଙ୍ଗୁରୁ ବର୍ତ୍ତିବା ପାଇଁ ନିଜ ଘର ଓ ·ରିପାଖ ସଫା ରଖନ୍ତୁ । ସାମାନ୍ୟ ଚିକିତ୍ସାରେ ୯୮% ଲୋକ ଡେଙ୍ଗୁରୁ ଭଲ ହୋଇପାରିବେ । ପ୍ଲେଟଲେଟ କମିବା ନେଇ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ଲେଟଲେଟ କାଉଣ୍ଟ ୨୦ ହଜାର ପର୍ଯ୍ୟନ୍ତ କମିଲେ ବି ବ୍ୟସ୍ତ ନ ହୋଇ ଡାକ୍ତର ପରାମର୍ଶ କରନ୍ତୁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *