ଚତୁର୍ଥ କକ୍ଷପଥରେ ଆଦିତ୍ୟ ଏଲ୍-୧

ବେଙ୍ଗଲୁରୁ,୧୦ା୯: ଇସ୍ରୋର ସୂର୍ଯ୍ୟଯାନ ଅଦିତ୍ୟ ଏଲ୍-୧ ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରିବର୍ତ୍ତନ କରି ରବିବାର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି । ଶନିବାର ରାତି ୨.୩୦ ସମୟରେ ଏହା ଚତୁର୍ଥ କକ୍ଷପଥରେ ପ୍ରବେଶ କରିଥିବା ନେଇ ଇସ୍ରୋ ପକ୍ଷରୁ ଏକ୍ସ ମାଧ୍ୟମରେ ସୂଚନା ଦିଆଯାଇଛି । ଆଦିତ୍ୟ ଆସନ୍ତା ୧୫ ତାରିଖ ରାତି ୨ଟାରେ ଚତୁର୍ଥ କକ୍ଷପକ୍ଷ ପରିବର୍ତ୍ତନ କରି ସିଧା ଲକ୍ଷ୍ୟସ୍ଥଳ ଏଲ୍-୧ ପଏଣ୍ଟ୍ ଅଭିମୁଖେ ଦୀର୍ଘଯାତ୍ରା ଆରମ୍ଭ କରିବ । ଏବେ ଆଦିତ୍ୟ-ଏଲ୍୧ ପୃଥିବୀ ଠାରୁ ୨୯୬ ଙ୍ଘ ୭୧,୭୬୭ କିଲୋମିଟର ଦୂରତାରେ ଗତି କରୁଛି । ପ୍ରତ୍ୟେକ ଥର ଆଦିତ୍ୟର ଅର୍ବିଟ୍ ବା କକ୍ଷପଥକୁ ବଢାଇ ଦିଆଯାଉଛି ।
ଭାରତର ଏହି ପ୍ରଥମ ସୂର୍ଯ୍ୟ ମିଶନ ସେପ୍ଟେମ୍ବର ୨ ତାରିଖ ଦିନ ଲଞ୍ଚ୍ କରାଯିବା ପରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ, ଶେ ଆଦିତ୍ୟକୁ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ । ଏହାପରେ ସେ ତାର ଗବେଷଣା କାମରେ ଲାଗିଯିବ । ଇତିମଧ୍ୟରେ ଆଦିତ୍ୟ ଏଲ୍-୧ ସେଲ୍ଫି ପଠାଇ ଜଣାଇଛି ଯେ ତାର ସବୁ କ୍ୟାମେରା ଠିକ୍ ରୂପେ କାମ କରୁଛି ।
ଇସ୍ରୋ କହିଛି ମରିସସ୍, ବେଙ୍ଗଲୁରୁ, ଶ୍ରୀହରିକୋଟା ଓ ପୋର୍ଟ ବ୍ଲେୟର ସ୍ଥିତ ଗ୍ରାଉଣ୍ଡ ଷ୍ଟେସନ୍ ଗୁଡିକରୁ ଆଦିତ୍ୟର ଗତପଥ ଟ୍ରାକ୍ କରାଯାଇଛି । ଆସନ୍ତା ୧୫ ତାରିଖ ଦିନ ପୁଣି ଥରେ ଏବଂ ତା’ପରେ ଆଉ ଦୁଇଥର ଏହି ପ୍ରକ୍ରିୟା ଅନୁଷ୍ଠିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *