ବିଷ ପିଇ ଭାଇ-ଭଉଣୀ ମୃତ, ମା’ ଗୁରୁତର

ବରଗଡ,୧୦ା୯ÿ: ବରଗଡ଼ ଜିଲ୍ଲା ସୋହେଲାରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ବଂଶୀଧର ସାହୁ ଓ ତାଙ୍କ ଭଉଣୀ ସୁବର୍ଣ୍ଣ ମହାଜନ । ବଂଶୀଧର ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟବରଣ କରିଛନ୍ତି । ଅବସ୍ଥା ସଙ୍କଟାପନ୍ନ ହେବାରୁ ସୁବର୍ଣ୍ଣଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ବୁର୍ଲା ଡାକ୍ତରଖାନାରେ ମା’ କୁମୁଦିନି ସାହୁଙ୍କ ଚିକିତ୍ସା ·ଲିଛି ।
ସୋହେଲାର ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ପତ୍ନୀ କୁମୁଦିନି ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଆଜି ଦିନ ପ୍ରାୟ ୧୧ଟା ସମୟରେ ଘର କବାଟ ଭିତର ପଟୁ ବନ୍ଦ କରି ବିଷ ପିଇଥିଲେ । ପଡ଼ୋଶୀ ଖବର ଦେବାରୁ ପୁଲିସ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ରହିବା ପରେ ଅର୍ଜୁନ ସାହୁଙ୍କର ଗତ ୬ ତାରିଖରେ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ି ମାନସିକ ·ପରେ ବିଷ ପିଇଥିଲେ ବୋଲି କୁହାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *