ମୃତୁ୍ୟସଂଖ୍ୟା ୨୧୨୨କୁ ବୃଦ୍ଧି
ରବାତ,୧୦ା୯: ଶନିବାର ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ହୋଇଥିବା ପ୍ରଚଣ୍ଡ ଭୂମିକମ୍ପ ଜନିତ ମୃତୁ୍ୟସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୨୧୨୨ କୁ ବୃଦ୍ଧି ପାଇଛି । ସେହିପରି ଆହତ ଲୋକଙ୍କ ସଂଖ୍ୟା ବଢି ୨୪୨୧ ହୋଇଛି ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି । ଆହତଙ୍କ ମଧ୍ୟରୁ ୧୪୦୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତୁ୍ୟସଂଖ୍ୟା ଆହୁରି ବଢିପାରେ । କ୍ଷତିଗ୍ରସ୍ତ ଆଟଲାସ୍ ପାର୍ବତ୍ୟ ଇଲାକାରେ ଧ୍ୱଂସସ୍ତୂପ ତଳୁ ଜିବୀତ ଲୋକମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । ସ୍ଥଳସେନାର ଜବାନମାନେ ସର୍ବାଧିକ କ୍ଷତିଗ୍ରସ୍ତ ଇଲାକାର ଗୋଟିଏ ମୁଖ୍ୟ ରାସ୍ତାକୁ ଗମନାଗମନଯୋଗ୍ୟ କରିବା ଫଳରେ ସେଠାକୁ ରିଲିଫ୍ ସହାୟତା ଯୋଗାଇବା ଆରମ୍ଭ ହୋଇଛି ।
ଭୂକମ୍ପ ପରବର୍ତ୍ତୀ ଝଟକା ଆଶଙ୍କାରେ ଅଧିକାଂଶ ଲୋକ ରବିବାର ରାତିରେ ଘରେ ନ ଶୋଇ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି । ପର୍ଯ୍ୟଟନ ନଗରୀ ମାରାକେଶ, ରାଜଧାନୀ ରବାତ୍ ଓ କାଶାବ୍ଲାକଙ୍କାର ପ୍ରଭୂତ କ୍ଷୟକ୍ଷତି ଘଟିଛି ।