ସୂର୍ଯ୍ୟଯାନ ପରେ ଗଗନଯାନ

ବେଙ୍ଗଲୁରୁ/ନୂଆଦିଲ୍ଲୀ,୧୧ା୯: ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଗଗନଯାନ ପ୍ରକଳ୍ପ ମାଧ୍ୟମରେ ମହାକାଶକୁ ମଣିଷ ପଠାଇବାକୁ ଇସ୍ରୋ ପ୍ରସ୍ତୁତି ଚଳାଇଛ । ଗଗନଯାନ ମିଶନ୍ରେ ମହାକାଶଯାତ୍ରୀମାନେ ଭୂପୃଷ୍ଠରୁ ୪୦୦ କିଲୋମିଟର ଉପରକୁ ଯାତ୍ରା କରିବେ । ବାୟୁସେନାର ୩ ଜଣ ପାଇଲଟ ଗଗନଯାନରେ ଯାଇ ମହାକାଶରେ ତିନି ଦିନ ରହି ସୁରକ୍ଷିତ ଭାବେ ଫେରିବେ । ସେମାନଙ୍କୁ ତାଲିମ ଦିଆଯାଉଛି ।
ଗତବର୍ଷ କେନ୍ଦ୍ର ସରକାର ‘ଗଗନଯାନ’ ପ୍ରୋଜେକ୍ଟ ପାଇଁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ୨୦୨୪ ଜାନୁଆରୀରେ ଏହି ମିଶନ ଆରମ୍ଭ ହୋଇପାରେ । ଗଗନଯାନ ପ୍ରକଳ୍ପ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିଦେ୍ର୍ଦଶ ପାଇବା ପରେ ଭୁବନେଶ୍ୱର ସିଟିଟିସିର ୧୨୦ କର୍ମଚାରୀ ପାଖାପାଖି ୧୨,୫୦୦ ଛୋଟବଡ଼ ଯନ୍ତ୍ରାଂଶ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଚଳିତ ମାସ ୨୩ ତାରିଖ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ ନିର୍ମାଣ ଶେଷ କରି ଇସ୍ରୋକୁ ପଠାଇବା ପାଇଁ ଆଦେଶ ଥିବାବେଳେ ପ୍ରାୟ ସବୁ ଯନ୍ତ୍ରାଂଶର ନିର୍ମାଣ ଶେଷ ହୋଇଥିବା ଜଣାପଡିଛି ।
ଆସନ୍ତା ବର୍ଷ ଆରମ୍ଭ ହେବ ଦେଶର ପ୍ରଥମ ମହାସାଗର ମିଶନ୍ । ଏହିକ୍ରମରେ ଆସନ୍ତା ବର୍ଷ ଜାନୁଆରୀରେ ‘ମତ୍ସ୍ୟ ୬୦୦୦’ ନାମକ ବୁଡାଜାହାଜର ପରୀକ୍ଷଣ ବଙ୍ଗୋପସାଗରରେ କରାଯିବ । ଏହି ପ୍ରଥମ ଟ୍ରାଏଲ୍ରେ ବୁଡାଜାହାଜ ୫୦୦ ମିଟର ଗଭୀରକୁ ଯିବ । ୨୦୨୬ ସୁଦ୍ଧା ଏହା ୬୦୦୦ ମିଟର ଗଭୀରକୁ ଯାଇ ସମୁଦ୍ର ତଳେ ଥିବା ଖଣିଜ ଦ୍ରବ୍ୟର ସନ୍ଧାନ ନେବ । ସେଥିରେ ୩ ଜଣ ବୈଜ୍ଞାନିକ ଯାତ୍ରା କରିବେ । ଏହାପୂର୍ବରୁ ଆମେରିକା, ରୁଷ୍, ଜାପାନ, ଫ୍ରାନ୍ସ୍ ଓ ଚୀନ୍ ଅନୁରୂପ ପରୀକ୍ଷଣ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *