ଦିଲ୍ଲୀ ଘୋଷଣାପତ୍ର ମଞ୍ଜୁର
ଜି-୨୦ରେ ଭାରତର ଦବ୍ଦବା
ନୂଆଦିଲ୍ଲୀ,୯ା୯: ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ଭାରତକୁ ବିପୁଳ ସଫଳତା ମିଳିଛି । ‘ଜି-୨୦ ଲିଡର୍ସ ଘୋଷଣାପତ୍ର’କୁ ସଦସ୍ୟ ରାଷ୍ଟ୍ରମାନେ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶନିବାର ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଟିମ୍ର କଠିନ ପରିଶ୍ରମ ଓ ସମସ୍ତଙ୍କ ସହଯୋଗରେ ଜି-୨୦ ସମ୍ମିଳନୀର ଘୋଷଣାପତ୍ର ଉପରେ ସହମତି ପ୍ରକାଶ ପାଇଛି । ମୋର ପ୍ରସ୍ତାବ ୩୭ ପୃଷ୍ଠାର ଏହି ଘୋଷଣାପତ୍ରକୁ କାର୍ଯ୍ୟକାରୀ କରାଯାଉ । ଭାରତ ସମସ୍ତଙ୍କୁ ଏହି ପ୍ରୟାସରେ ସାମିଲ୍ ହେବାକୁ ଆମନ୍ତ୍ରିତ କରୁଛି । ଭାରତ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତ କରିବା, ପରିବେଶ ଓ ଜଳବାୟୁ ଅବଲୋକନ ପାଇଁ ଜି-୨୦ ଉପଗ୍ରହ ମିଶନ୍ ଆରମ୍ଭ କରିବାକୁ ଭାରତ ପ୍ରସ୍ତାବ ଦେଉଛି । ମୋର ଏହା ମଧ୍ୟ ପ୍ରସ୍ତାବ ଯେ, ଗ୍ରୀନ କ୍ରେଡିଟ୍ ଉପରେ କାମ ଆରମ୍ଭ କରାଯାଉ । ବିକଶିତ ରାଷ୍ଟ୍ରଗୁଡ଼ିକ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ପାରିବେ ।
ଶିଖର ସମ୍ମିଳନୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଗୁରୁôତ୍ୱ ମିଳିଛି । ସାଇବର ସିୁକୁ୍ୟରିଟି ଉପରେ ମଧ୍ୟ ସମ୍ମିଳୀନରେ ଗୁରୁତ୍ୱାରୋପ କରାଯାଇଛି । ଥ୍ରୀ-ଏଫ (ଫୁଡ୍, ଫୁଏଲ ଓ ଫର୍ଟିଲାଇଜର) ପାଇଁ ଏହି ସମ୍ମିଳନୀରେ ସହମତି ମିଳିଛି । ଆତଙ୍କବାଦ ବିରୋଧୀ ଅଭିଯାନକୁ ସବୁ ରାଷ୍ଟ୍ରଙ୍କ ସମର୍ଥନ ଜଣାଇଥିବା ବେଳେ ମନି ଲଣ୍ଡରିଂ ରୋକିବା ଉପରେ ମଧ୍ୟ ସବୁ ରାଷ୍ଟ୍ର ପ୍ରାଧାନ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ଭାଷଣ ସହିତ ଆରମ୍ଭ ହୋଇଥିଲା ଶିଖର ସମ୍ମିଳନୀ । ମୋଦୀ କହିଥିଲେ, ବିଶ୍ୱରେ ବିଶ୍ୱାସର ସଙ୍କଟ ଦେଖାଦେଇଛି । ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷ ରୂପେ ପ୍ରତ୍ୟେକଙ୍କ ମଧ୍ୟରେ ବିଶ୍ୱାସ ଭାବନା ସୃଷ୍ଟି କରିବାକୁ ନିବେଦନ କରୁଛି । ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାଶ ଚିନ୍ତାଧାରା ପୃଥିବୀକୁ ମାର୍ଗଦର୍ଶନ ଦେଇପାରିବ । ବିଶ୍ୱର ହିତପାଇଁ ସମସ୍ତେ ପ୍ରୟାସ କରିବାର ସମୟ ଆସିଛି ।
ଶନିବାର ପୂର୍ବାହ୍ନ ୧୦.୩୦ରୁ ୧.୩୦ ପର୍ଯ୍ୟନ୍ତ ଚାଲିଥିଲା ସମ୍ମିଳନୀର ପ୍ରଥମ ଅଦôବେଶନ । ଏହାର ବିଷୟ ବସ୍ତୁ ଥିଲା ‘ୱାନ୍ ଆର୍ଥ’ । ଏହା ପରେ ‘ୱାନ୍ ଫାମିଲି’ ଉପରେ ଅପରାହ୍ନ ୩ଟାରୁ ୪.୪୫ ପର୍ଯ୍ୟନ୍ତ ଅନୁଷ୍ଠିତ ଦ୍ୱିତୀୟ ଅଦôବେଶନରତେ ଚର୍ଚ୍ଚା ହୋଇଥିଲା । ରାତି ୭ଟାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟିଯିତ ରାତ୍ରୀ ଭୋଜନରେ ସବୁ ରାଷ୍ଟ୍ରାଧ୍ୟକ୍ଷ ଯୋଗ ଦେଇଥିଲେ । ରାତିି ୮ରୁ ୯.୧୫ ପର୍ଯ୍ୟନ୍ତ ରାଷ୍ଟ୍ରାଧ୍ୟକ୍ଷମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।