ଜି୨୦ ହେଲା ଜି୨୧

ଆଫ୍ରିକୀୟ ସଂଘକୁ ମିଳିଲା ସଦସ୍ୟତା
ନୂଆଦିଲ୍ଲୀ,୯ା୯: ଅଷ୍ଟାଦଶ ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ଆଫ୍ରିକୀୟ ସଂଘକୁ ସ୍ଥାୟୀ ସଦସ୍ୟ ରୂପେ ଗ୍ରହଣ କରାଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକୀୟ ସଂଘର ସଦସ୍ୟତା ସଂପର୍କରେ ଘୋଷଣା କରି କହିଛନ୍ତି, ବିଶ୍ୱର ପ୍ରମୁଖ ସଙ୍ଗଠନ ଜି-୨୦ର ସଂପ୍ରସାରଣ କରାଯାଇଛି ଯାହାକି ସମୟର ଆବଶ୍ୟକତା ଥିଲା । ଆଫ୍ରିକୀୟ ରାଷ୍ଟ୍ରସଂଘ ଜି-୨୦ ସଦସ୍ୟଭାବେ ପରିଗଣିତ ହେବ । ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବକ୍ତବ୍ୟ ପ୍ରଦାନ ପୂର୍ବରୁ ଆଫ୍ରିକୀୟ ସଂଘ ମୁଖ୍ୟ ଅଜଲି ଅସୌମନିଙ୍କ ଏବଂ ଅନ୍ୟମାନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ, ଜି-୨୦କୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା ଓ ଅନ୍ୟମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଏବେ ଭାରତର ପ୍ରସ୍ତାବ କ୍ରମେ ଆଫ୍ରିକୀୟ ସଂଘ ଜି୨୦ର ସଦସ୍ୟ ହୋଇଥିବାରୁ ଭାରତ ନିଜକୁ ବିଶ୍ୱନେତା ପ୍ରତିପାଦନ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *