ଚନ୍ଦ୍ରବାବୁ ନାଇଡୁ ଗିରଫ

ଅମରାବତୀ,୯ା୯: ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ସଭାପତି ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଶନିବାର ସକାଳୁ ଗିରଫ କରାଯାଇଛି । ଆନ୍ଧ୍ରପଦେଶ ସିଆଇଡିର ଏକ ଟିମ୍ ଭୋର ପ୍ରାୟ ୩ଟା ସମୟରେ ତାଙ୍କ ଘର ଉପରେ ଚଢଉ କରିଥିଲା । ଏହି ସମୟରେ ଟିଡିପି ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ପୋଲିସକୁ ସେମାନେ ଘର ଭିତରକୁ ଯିବାକୁ ଦେଇ ନ ଥିଲେ । ସେହିପରି ଭାବରେ ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ମଧ୍ୟ ଘର ଭିତରେ ପ୍ରବେଶ କରିବା ପାଇଁ ପୋଲିସକୁ ଅନୁମତି ଦେଇ ନ ଥିଲେ ଏବଂ ସକାଳ ୫ଟା ୩୦ ପର୍ଯ୍ୟନ୍ତ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସେମାନେ ପୋଲିସକୁ ଜଣାଇଥିଲେ । ଏହାପରେ ଭୋର ପ୍ରାୟ ୬ଟା ସମୟରେ ପୋଲିସ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା । ସିଆରପିସି ୫୧ ଅନୁସାରେ ନାଇଡୁଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଦକ୍ଷତା ବିକାଶ ନିଗମରେ ହୋଇଥିବା ୨୫୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ଚନ୍ଦ୍ରବାବୁ ନାଇଡୁଙ୍କୁ ସିଆଇଡି ଗିରଫ କରିବା ସହ ତାଙ୍କ ପୁଅ ଲୋକେଶକୁ ପୂର୍ବ ଗୋଦାବରୀ ଜିଲ୍ଲା ପୁଲିସ ହେପାଜତରେ ରଖିଥିବା ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *