୩ ଆସନରେ ବିଜେପିର ବିଜୟ
ବିଧାନସଭା ଉପ-ନିର୍ବାଚନ ଫଳାଫଳ
ନୂଆଦିଲ୍ଲୀ, ୮ା୯: ୬ ରାଜ୍ୟର ୭ ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନ ଫଳ ଆସିଛି । ବିଜେପି ତ୍ରିପୁରାରେ ଦୁଇଟି ଏବଂ ଉତ୍ତର ପ୍ରଦେଶରେ ଗୋଟିଏ ଆସନ ଜିତିଛି । କେରଳର ପୁଥୁପଲ୍ଲୀ ଆସନ କଂଗ୍ରେସ ପାଖକୁ ଯାଇଛି । ତୃଣମୂଳ କଂଗ୍ରେସ ବଙ୍ଗଳାରେ ଗୋଟିଏ ଆସନ ଜିତିଛି । ତ୍ରିପୁରାର ବକ୍ସାନଗର ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ତଫଜ୍ଜଲ ହୁସେନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସିପିଆଇ (ଏମ୍) ପ୍ରାର୍ଥୀ ମିଜନ ହୁସେନଙ୍କୁ ପରାଜିତ କରିଛନ୍ତି । ସେହିଭଳି ଧନପୁର ର୍ନିବାଚନ ମଣ୍ଡଳୀ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିନ୍ଦୁ ଦେବନାଥ ସିପିଆଇ (ଏମ୍) ପ୍ରାର୍ଥୀ କୌଶିକ ଚନ୍ଦାଙ୍କୁ ପରାଜିତ କରିଛନ୍ତି । ଏହି ଦୁଇ ଆସନରୁ କଂଗ୍ରେସର କୌଣସି ପାର୍ଥୀ ପ୍ରତିଦ୍ୱନ୍ଦିତା କରୁ ନ ଥିଲେ । କଂଗ୍ରେସ ସିପିଏମକୁ ସମର୍ଥନ କରୁଥିଲା ।
ଉତ୍ତରାଖଣ୍ଡର ବାଗେଶ୍ୱର ଆସନରୁ ବିଜେପିର ପାର୍ବତୀ ଦାସ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ବସନ୍ତ କୁମାରଙ୍କୁ ପରାସ୍ତ କରିଛନ୍ତି । ବିଧାୟକ ଚନ୍ଦନ ରାମ ଦାସଙ୍କ ମୃତ୍ୟୁ ପରେ ବିଜେପି ତାଙ୍କ ପତ୍ନୀ ପାର୍ବତୀ ଦାସଙ୍କୁ ଏହି ଆସନରେ ପ୍ରାର୍ଥୀ କରିଥିଲା । କେରଳର ପୁଥୁପଲ୍ଲୀ ଆସନରେ କଂଗ୍ରେସ ପ୍ରାର୍ଥୀ ଚଣ୍ଡି ଓମେନ୍ ସିପିଅ ।ଇ (ଏମ୍)ର ଜ୍ୟାକ୍ ସି ଥୋମାସଙ୍କୁ ୩୬ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତିି । ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରୟ ବିଜେପିର ତାପସୀ
ରୟଙ୍କୁ ପ୍ରାୟ ୪୦୦୦ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ୟୁପିର ଘୋସି ଆସନରେ ବିରୋଧୀଙ୍କ ‘ମେଣ୍ଟ ଇଣ୍ଡିଆ’ ପକ୍ଷରୁ ସମାଜବାଦୀ ପାର୍ଟିର ସୁଧାକର ସିଂହ ବିଜୟୀ ହୋଇଛନ୍ତି । ସୁଧାକର ୪୨୬୭୨ ଭୋଟରେ ବିଜେପିର ଦାରା ସିଂହଙ୍କୁ ପରାସ୍ତ କରିଛନ୍ତି । ଝାଡଖଣ୍ଡର ଡୁମ୍ରି ଆସନରୁ ଜେଏମ୍ଏମ୍ର ଶିଶୁ ଦେବୀ ଡୁମ୍ରି ବିଜୟୀ ହୋଇଛନ୍ତି । ସେ ଏନଡିଏ ପ୍ରାର୍ଥୀ ଯଶୋଦା ଦେବୀଙ୍କୁ ୧୩୦୦୦ ହଜାର ଭୋଟରେ ପରାସ୍ତ କରିଛନ୍ତି ।
ଆସନ୍ତା ବର୍ଷର ସାଧାରଣ ନିର୍ବାଚନ ପୂର୍ବରୁ ଉପ-ନିର୍ବାଚନକୁ ଏକ ପ୍ରତିଯୋଗିତା ବିବେଚନା କରାଯାଉଛି । ଏହି ଆସନଗୁଡିକରେ ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’ ଶାସକ ମେଣ୍ଟ ଏନଡିଏକୁ ଚାଲେଞ୍ଜ କରିଥିଲା ।