ବ୍ରିଟେନରୁ ଫେରିବ ଶିବାଜୀଙ୍କ ‘ବାଘନଖ’

ଲଣ୍ଡନ, ୮ା୯: ଅଫଜଲ ଖାନ୍ଙ୍କୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ମହାରାଜ ବ୍ୟବହାର କରିଥିବା ବହୁଚର୍ଚ୍ଚିତ ଅସ୍ତ୍ର ‘ବାଘନଖ’ ଭାରତ ଫେରିବ । ଏ ଚଳିତ ମାସ ଶେଷ ସପ୍ତାହରେ ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିୱାର୍ ବ୍ରିଟେନ ଗସ୍ତ ଅବସରରେ ‘ବାଘନଖ’ ପ୍ରତ୍ୟାବର୍ତ୍ତନ ନେଇ ଏକ ଚୁକ୍ତି ସ୍ୱାକ୍ଷର କରିବା ସମ୍ଭାବନା ରହିଛି । ଏହି ଅସ୍ତ୍ର ଭାରତ ଆସିବା ପରେ ଭିକ୍ଟୋରିଆ ଆଣ୍ଡ୍ ଅଲବର୍ଟ ମ୍ୟୁଜିୟମରେ ସ୍ଥାନ ପାଇବ ।
୧୬୫୯ରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନ୍ଙ୍କୁ ହତ୍ୟା କରିବା ପାଇଁ ଶିବାଜୀ ମହାରାଜ ବାଘନଖ ପରି ଏକ ଗୁପ୍ତ ଅସ୍ତ୍ର ବ୍ୟବହାର କରିଥିଲେ । ମୁଙ୍ଗନ୍ତିୱାର୍ କହିଛନ୍ତି, ‘ବାଘନଖ’କୁ ଭାରତ ଫେରାଇ ଆଣିବା ପାଇଁ ଆମେ ବ୍ରିଟେନ କର୍ତ୍ତୃପକ୍ଷଙ୍କଠାରୁ ଏକ ଚିଠି ପାଇଛୁ । ଶିବାଜୀ ଅଫଜଲ ଖାନଙ୍କୁ ହତ୍ୟା କରିଥିବା ଦିନର ବାର୍ଷିକୀ ଅବସରରେ ଆମେ ଏହାକୁ ଫେରି ପାଇପାରିବା । ‘ବାଘନଖ’ ସହିତ ଶିବାଜୀଙ୍କ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ମଧ୍ୟ ଯୋଜନା କରାଯାଉଛି । ବର୍ତ୍ତମାନ ବ୍ରିଟେନରେ ପ୍ରଦର୍ଶିତ ଜଗଦମ୍ବା ଖଣ୍ଡା ଛତ୍ରପତି ଶିବାଜୀ ବ୍ୟବହାର କରୁଥିଲେ । ଗ୍ରିଗରିଆନ କ୍ୟାଲେଣ୍ଡର ଅନୁସାରେ ଅଫଜଲ ଖାନଙ୍କୁ ଛତ୍ରପତି ନଭେମ୍ବର ୧୦ରେ ହତ୍ୟା କରିଥିଲେ । ଶିବାଜୀ ମହାରାଜଙ୍କ ‘ବାଘନଖ’ ଏକ ଅମୂଲ୍ୟ ସମ୍ପଦ, ଏହା ମହାରାଷ୍ଟ୍ରବାସୀଙ୍କ ଭାବାବେଗ ସହ ଜଡ଼ିତ । ଏହାକୁ ଅତି ଯତ୍ନର ସହ ଫେରାଇ ଅଣାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *