ଭାରତର ପ୍ରଥମ ୟୁପିଆଇ-ଏଟିଏମ୍
ବିନା କାର୍ଡରେ ଉଠାଇ ହେବ ଟଙ୍କା
ମୁମ୍ବାଇ, ୭ା୯: ଜାପାନୀ କମ୍ପାନୀ ହିଟାଚୀ ପେମେଣ୍ଟ ସର୍ଭିସେସ୍ ଓ ନ୍ୟାସ୍ନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଭାରତରେ ପ୍ରଥମ ହ୍ୱାଇଟ୍ ଲେବଲ୍ ୟୁପିଆଇ-ଏଟିଏମ୍ ଲଞ୍ଚ୍ କରିଛନ୍ତି । ଏହା ମାଧ୍ୟମରେ ଗ୍ରାହକମାନେ ଡେବିଟ୍ ବା କ୍ରେଡିଟ୍ର ବିନା ଉପଯୋଗରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଏଟିଏମ୍ରୁ ଥରକେ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ପାରିବେ । ଲଞ୍ଚ୍ ହୋଇଥିବା ଏଟିଏମ୍ର ନାମ ରଖାଯାଇଛି ହିଟାଚୀ ମନି ସ୍ପଷ୍ଟ ୟୁପିଆଇ ଏଟିଏମ୍ । ନିକଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସର୍କୁଲାର ଜାରି କରାଯାଇ ୟୁପିଆଇ ଜରିଆରେ ଟଙ୍କା ଉଠାଣ ସୁବିଧା ଯୋଗାଇବା ଲାଗି ସବୁ ବ୍ୟାଙ୍କ୍, ଏଟିଏମ୍ ନେଟୱର୍କ ପ୍ରମୁଖଙ୍କୁ କୁହାଯାଇଥିଲା ।