ଆଜି ଆସିବେ ବାଇଡନ୍
ଜି-୨୦ ସମ୍ମିଳନୀ ପାଇଁ ପହଞ୍ଚôଲେ ବିଦେଶୀ ଅତିଥି
ନୂଆଦିଲ୍ଲୀ, ୭ା୯: ଆସନ୍ତା ୯ ଓ ୧୦ ତାରିଖ ଦିନ ହେବାକୁ ଥିବା ଜି-୨୦ ଶୀର୍ଷ ସମ୍ମିଳନୀରେ ଯୋଗଦେବା ଲାଗି ବିଦେଶୀ ଅତିଥିମାନଙ୍କ ଆଗମନ ଆରମ୍ଭ ହୋଇଛି । ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥ ସମେତ ଅନେକ ରାଷ୍ଟ୍ରମୁଖ୍ୟ ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚôଛନ୍ତି । ସର୍ବପ୍ରଥମେ ନାଇଜିରିଆ ରାଷ୍ଟ୍ରପତି ବୋଲା ଅହମଦ ଟିନୁବୁ ଦିଲ୍ଲୀରେ ପହଞ୍ଚôଥିଲେ । ତାଙ୍କୁ ସ୍ୱାଗତ କରିଥିଲେ ଏସ୍ପି ସିଂହ ବଘେଲ । ଭିନ୍ନ ଭିନ୍ନ ଦେଶର ନେତାମାନଙ୍କୁ ସ୍ୱାଗତ କରିବା ଲାଗି ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତା ଆସିଆନ୍ ସମ୍ମିଳନୀରୁ ଫେରି ଗୁରୁବାର ରାତିରେ ରାଷ୍ଟ୍ରମୁଖ୍ୟମାନଙ୍କ ସୁରକ୍ଷା ବନେ୍ଦାବସ୍ତ ସମୀକ୍ଷା କରିଛନ୍ତି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଗୁରୁବାର ଆସିବାର ଥିଲା, ସେ ଶୁକ୍ରବାର ପହଞ୍ଚôବେ ବୋଲି ହ୍ୱାଇଟ୍ ହାଉସ୍ ପ୍ରେସ୍ ବିବୃତିରୁ ଜଣାଯାଇଛି । ସେଥିରେ କୁହାଯାଇଛି, ଭାରତ ଗସ୍ତ ପୂର୍ବରୁ ବାଇଡନ୍ ଜର୍ମାନୀର ରେମ୍ଷ୍ଟିନ ସହରକୁ ଯିବେ । ଭାରତରେ ବାଇଡନ୍ ୩ ଦିନ ଅବସ୍ଥାନ କରିବେ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ । ଶୁକ୍ରବାର ସନ୍ଧ୍ୟାରେ ବାଇଡନ୍ ଏୟାର୍ଫୋର୍ସ-୧ ଯୋଗେ ଦିଲ୍ଲୀରେ ପହଞ୍ଚôବେ । ତାଙ୍କୁ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ପହଞ୍ଚôବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସେ ଯୋଗଦେବେ । ବାଇଡନ୍ଙ୍କ ରହଣି ପାଇଁ ଦିଲ୍ଲୀର ପଞ୍ଚତାରକା ହୋଟେଲ୍ ଆଇଟିସି ମୌର୍ଯ୍ୟରେ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି । ଏହି ହୋଟେଲ୍ର ୪୦୦ରୁ ଅଧିକ ସୁଟ୍ ବୁକ୍ କରାଯାଇଛି । ସେଠାରେ ବାଇଡନ୍ ୩୦୦ କମାଣ୍ଡୋଙ୍କ ସୁରକ୍ଷା ଘେରରେ ରହିବେ । ତାଙ୍କ ପାଇଁ ସବୁଠାରୁ ବଡ ମୋଟରକେଡ୍ ବ୍ୟବସ୍ଥା ହୋଇଛି । ସେଥିରେ ୫୫-୬୦ ଯାନ ରହିବ । ବାଇଡନ୍ଙ୍କ ପାଇଁ ପୃଥିବୀର ସବୁଠାରୁ ନିରାପଦ କାର୍ ‘ଦ ବିଷ୍ଟ୍’କୁ ମଧ୍ୟ ଭାରତ ଅଣାଯାଇଛି । ଦିଲ୍ଲୀ ଓ ଏନ୍ସିଆର୍ର ୩୫ଟି ହୋଟେଲ୍ ବୁକ୍ କରାଯାଇଛି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରନ୍ ଯଥାକ୍ରମେ ଶାଙ୍ଗି-ଲା ୟୁରୋସ୍ ଓ କ୍ଲାରିଜେସ୍ ହୋଟେଲ୍ରେ ରହିବେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିଜ୍ ଇମ୍ପେରିଆଲ୍ ହୋଟେଲ୍ରେ ରହିବେ ।
ଜି-୨୦ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା ବନେ୍ଦାବସ୍ତ କରାଯାଇଛି । ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡ୍ଠାରୁ ଆରମ୍ଭ କରି ପଡୋଶୀ ରାଜ୍ୟ ସୀମାରେ ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି । କୌଣସି ପ୍ରକାର ବଡ ଆକ୍ରମଣକୁ ପଣ୍ଡ କରିବା ଲାଗି କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍, ମିସାଇଲ୍-ଫାଇଟର ଜେଟ୍ ମୁତୟନ ସହିତ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ଙ୍କୁ ପ୍ରସ୍ତୁତ ରଖାଯାଇଛି । ଦିଲ୍ଲୀ ପୁଲିସ୍ର ୫୦ ହଜାର ଯବାନ ଏବଂ ଏନ୍ଏସ୍ଜି, ସିଆର୍ପିଏଫ୍, ସିଏପିଏଫ୍ ଓ ଆର୍ମିର ପ୍ରାୟ ୮୦ ହଜାର ଯବାନ ମୁତୟନ ହୋଇଛନ୍ତି । ବିଦେଶୀ ଅତିଥିମାନଙ୍କ ସୁରକ୍ଷା ଲାଗି ଦିଲ୍ଲୀର ବିଭିନ୍ନ ସ୍ଥାନରେ ୫ ହଜାର ସିସି ଟିଭି କ୍ୟାମେରା ଖଞ୍ଜାଯାଇଛି । ଦିଲ୍ଲୀ ଆଖପାଖର ୪ଟି ଏୟାର୍ପୋର୍ଟକୁ ଆଲର୍ଟ ମୋଡ୍ରେ ରଖାଯାଇଛି । କେହି ଆକସ୍ମିକ ଆକ୍ରମଣ କଲେ ରାଷ୍ଟ୍ରମୁଖ୍ୟମାନଙ୍କୁ ବାଲିଷ୍ଟିକ୍ ସିଲ୍ଡ ଥିବା ସେଫ୍ ହାଉସ୍କୁ ସ୍ଥାନାନ୍ତର କରାଯିବ । ସେଭଳି ଜରୁରୀ ପରିସ୍ଥିତିରେ ଏନ୍ଏସ୍ଜି ଅପରେସନ୍ ପାଇଁ ଭାରତମଣ୍ଡପମ୍ ନିକଟରେ ହେଲିକପ୍ଟର ରଖାଯାଇଛି । ବିଶ୍ୱ ନେତାମାନଙ୍କ ଗମନାଗମନ ବେଳେ ଦିଲ୍ଲୀ ଟ୍ରାଫିକ୍ ପୁଲିସ୍କୁ ସହଯୋଗ କରିବେ ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ, ବ୍ରିଟେନ୍ର ଏମ୍ଆଇ-୬, ଏନ୍ଏସ୍ଜି, ଏସ୍ପିଜି ।