କାନ୍ଥ ଭୁଶୁଡ଼ି ୩ ଶ୍ରମିକ ମୃତ

ହାଇଦ୍ରାବାଦ୍, ୭ା୯: ହାଇଦ୍ରାବାଦ୍ରେ ନିର୍ମାଣାଧୀନ ଏକ ୬ ମହଲା କୋଠାର ପାରାପେଟ୍ କାନ୍ଥ ଭୁଶୁଡି ଓଡିଶାର ୩ ଜଣ ଶ୍ରମିକ ପ୍ରାଣ ହରାଇଥିବାବେଳେ ୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ମୃତ ଶ୍ରମିକମାନେ ମାଲକାନଗିରି ଜିଲ୍ଲାର । ସେମାନଙ୍କ ନାମ ସାନ୍ଥୁ ବଡନାୟକ (୨୩), ସାନିୟା ଚାଲାନ (୧୯) ଓ ସୋନିଆ ବଡନାୟକ (୨୩) । ସାନ୍ଥୁ ଓ ସାନିୟାଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ସୋନିଆ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଖିବୁଜିଥିବା ପୁଲିସ୍ ସୂତ୍ରରୁ ଜଣାଯାଇଛି । ଆହତ ଦୁଇ ଶ୍ରମିକ ହେଲେ ବଳରାମ ବଡନାୟକ ଓ ବୁଢା ବଡନାୟକ । ଦୁହିଁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ରିପୋର୍ଟ ଅନୁଯାୟୀ, ଏହି ଶ୍ରମିକମାନେ ଆଦ୍ଦାଗୁଟ୍ଟା ଇଲାକାସ୍ଥିତ କୁକାଟପାଲୀ ହାଉସିଂ ବୋର୍ଡ କଲୋନୀରେ ନିର୍ମାଣାଧୀନ କୋଠାର ପଲସ୍ତରା କାମରେ ନିୟୋଜିତ ହୋଇଥିଲେ । ଗୁରୁବାର ସକାଳେ ସେମାନେ କାଠ ଭାଡି ଉପରେ ଠିଆ ହୋଇ ପରସ୍ତରା କରୁଥିବାବେଳେ ଅଚାନକ ପାରାପେଟ୍ କାନ୍ଥ ଭୁଶୁଡି ସେମାନଙ୍କ ଉପରେ ପଡିଥିଲା । ପ୍ରାଥମିକ ତଦନ୍ତରୁ ଜଣାଯାଇଛି, ଲଗାଣ ବର୍ଷାରେ କାନ୍ଥ ଭିଜି ଦୁର୍ବଳ ହୋଇପଡିଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ପୁଲିସ୍ କହିଛି । ତେବେ ଏହି ଦୁର୍ଘଟଣା ନେଇ ପୁଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ । ତଦନ୍ତ ପରେ ମାମଲା ରୁଜୁ କରାଯିବ ବୋଲି କେବିପିଏଚ୍ ଇନ୍ସପେକ୍ଟର ଡି ଭେଙ୍କଟେଶ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *