ଗଣେଶ ପୂଜାରୁ ନୂଆ ସଂସଦ ଭବନରେ ଅଧିବେଶନ

ନୂଆଦିଲ୍ଲୀ, ୬ା୯: ସଂସଦର ନୂତନ ଗୃହ ଗଣେଶ ଚତୁର୍ଥୀରେ ଉଦଘାଟନ ହେବା ସହ ନୂଆ ଗୃହରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନା ଅନୁସାରେ, ୧୮ ତାରିଖରେ ପୁରୁଣା ସଂସଦ ଗୃହରେ ଅଧିବେଶନ ଆରମ୍ଭ ହେବ, ଏହା ପରେ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ଟି କାର୍ଯ୍ୟ ଦିବସ ନୂଆ ଭବନରେ ଅଧିବେଶନ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୩ରେ ଚାରି ମହଲାବିଶିଷ୍ଟ ଏହି ତ୍ରିଭୂଜାକାର ଭବନ ଉଦ୍ଘାଟନ କରିଥିଲେ ।
ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ । କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଜେଣ୍ଡା ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ସରକାର ରାନ୍ତ୍ର, ଏକ ନିର୍ବାଚନ ବିଲ୍ ଉପସ୍ଥାପନ କରିପାରନ୍ତି । ଏହା ବ୍ୟତୀତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ପାରିତ ହୋଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *