ହାଇକୋର୍ଟର ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ

କଟକ, ୫ା୯(ବୁ୍ୟରୋ): ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ଶିବ ଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସକାଳେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଉଭୟଙ୍କୁ ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ଦୁଇ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ୱାରେଣ୍ଟକୁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ପାଠ କରିବା ପରେ ମୁଖ୍ୟ ବିଚାରପତି ଉଭୟଙ୍କୁ ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନ୍ର କର୍ମକର୍ତ୍ତା, ପୁଲିସ କମିଶନର, ଡିସିପି, ଜିଲ୍ଲାପାଳ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ଏହି ଦୁଇ ବିଚାରପତି ଶପଥ ଗ୍ରହଣ କରିବା ପରେ ହାଇକୋର୍ଟରେ ଏବେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚôଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *