୨ ନକ୍ସଲ ନିହତ
ମାଲକାନଗିରି, ୫ା୯(ଆପ୍ର): ମାଲକାନଗିରି ଜିଲ୍ଲା ସୀମାକୁ ଲାଗିଥିବା ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଳିସ ଏନ୍କାଉଣ୍ଟରରେ ୨ ନକ୍ସଲ ନିହତ ହୋଇଛନ୍ତି । ନକ୍ସଲ ପ୍ରଭାବିତ ତାଡମେଟଲା ଜଙ୍ଗଲରେ ମଙ୍ଗଳବାର ସକାଳେ ପୁଲିସ-ନକ୍ସଲ ଗୁଳିବିନିମୟ ହୋଇଛି । ନିହତ ନକ୍ସଲ ଜାଗରର୍ଗୁଣ୍ଡା ଏରିଆ କମିଟିର ଜନମିଲିସିଆ କ୍ୟାଡର ସୋଡି ଦେବା ଏବଂ ରବା ଦେବା ବୋଲି ଜଣା ପଡିଛିୟ ଉଭୟ ନକ୍ସଲମାନଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ପୁଲିସ ସେମାନଙ୍କୁ ଦୀର୍ଘ ସମୟ ଧରି ଖୋଜୁଥିଲା । ଘଟଣାସ୍ଥଳରୁ ନକ୍ସଲମାନଙ୍କ ଅସ୍ତ୍ରଶସ୍ତ୍ର ଏବଂ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି । ସୁକମା ଏସ୍ପି କିରଣ ଚୌହାନ କହିଛନ୍ତି, ଯେ ତାଡମେଟଲା ଜଙ୍ଗଲରେ ବହୁ ସଂଖ୍ୟାରେ ନକ୍ସଲ ଥିବାର ଗୁଇନ୍ଦା ସୂଚନା ମିଳିବା ପରେ ଡିଆର୍ଜି ଓ ସିଆର୍ପିଏଫ୍ ଯବାନମାନେ ମିଳିତ ଭାବେ ସର୍ଚ୍ଚ ଅପରେସନ କରୁଥିଲେ । ନକ୍ସଲମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ପ୍ରତି ଜବାବରେ ଯବାନମାନେ ମଧ୍ୟ ଚଳାଇଥିଲେ । ଗୁଳି ବିନିମୟ ପରେ ଅନ୍ୟ ନକ୍ସଲମାନେ ସ୍୍ଥାନ ଛାଡି ପଳାଇଥିଲେ । ନିହତ ନକ୍ସଲ ଦ୍ୱୟ ଜିଲ୍ଲାରେ ଘଟିଥିବା ଅନେକ ପ୍ରମୁଖ ମାଓ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ । ଜଣେ ସରପଞ୍ଚ, ଶିକ୍ଷକଙ୍କ ସହ ପୁଲିସ ଇନଫର୍ମର ସନେ୍ଦହରେ ଜଣେ ବ୍ୟକ୍ତିଙ୍କୁ ଏମାନେ ହତ୍ୟା କରିଥିଲେ ।