ବିକ୍ରମର କିକ୍ ଷ୍ଟାର୍ଟ ସଫଳ
ମାନବ ମିଶନ ଆଶା ଉଜ୍ଜୀବିତ
ବେଙ୍ଗଲୁରୁ, ୪ା୯: ଚନ୍ଦ୍ରପୃଷ୍ଠରେ ବିକ୍ରମ ଲାଣ୍ଡରର କିକ୍ ଷ୍ଟାର୍ଟ ପ୍ରକ୍ରିୟା ସଫଳ ହୋଇଛି । ତଦନୁଯାୟୀ, ଲାଣ୍ଡର ଏକ ଜମ୍ପ୍ ଟେଷ୍ଟ କରି ପୁନର୍ବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ସୋମବାର ଏକ ଏକ୍ସ ପୋଷ୍ଟ୍ରେ ଇସ୍ରୋ ପକ୍ଷରୁ କୁହାଯାଇଛି, ବିକ୍ରମ ଦ୍ୱିତୀୟଥର ସଫ୍ଟ ଲାଣ୍ଡିଂ କରି ତା’ର ମିଶନ ଲକ୍ଷ୍ୟ ପୂରଣ କରିଛି । କମାଣ୍ଡ ଅନୁସାରେ ବିକ୍ରମ ଲାଣ୍ଡର ତା’ର ଇଞ୍ଜିନ୍ ଚାଲୁ କରିଥିଲା । ୪୦ ସେଣ୍ଟିମିଟର ଉପରକୁ ଉଠି ୩୦ରୁ ୪୦ ସେମି ଦୂରବର୍ତ୍ତୀ ସ୍ଥାନରେ ସୁରକ୍ଷିତଭାବେ ଅବତରଣ କରିଥିଲା ଲାଣ୍ଡର । ଏହି ପ୍ରକ୍ରିୟାକୁ କିକ୍ ଷ୍ଟାର୍ଟ କୁହାଯାଉଛି । କିକ୍ ଷ୍ଟାର୍ଟ ସଫଳ ହୋଇଥିବାରୁ ଭବିଷ୍ୟତରେ ଚନ୍ଦ୍ରକୁ ମନୁଷ୍ୟ ପଠାଇ ଫେରାଇ ଆଣିବା ଆଶା ଉଜ୍ଜ୍ୱଳ ହୋଇଛି । କିକ୍ ଷ୍ଟାର୍ଟ ପରେ ବିକ୍ରମ ପୁନର୍ବାର ସ୍ଲିପ୍ ମୋଡ୍କୁ ଚାଲିଯାଇଛି । ପୂର୍ବରୁ ପ୍ରଜ୍ଞାନ ସ୍ଲିପ୍ ମୋଡ୍ରେ ରହିଛି ।