ପ୍ରତିଦିନ ୧ଠଠ ଡେଙ୍ଗୁ ରୋଗୀ ଚିହ୍ନଟ
ଭୁବନେଶ୍ୱର, ୧ା୯(ବୁ୍ୟରୋ): ଡେଙ୍ଗୁ ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ଚଳିତ ବର୍ଷ ଡେଙ୍ଗୁ ସଂକ୍ରମଣ ଟ୍ୱିିନ୍ ସିଟି ସମେତ ରାଜ୍ୟର ୩୦ ଜିଲ୍ଲାକୁ ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ୩ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି । ପ୍ରତିଦିନ ରାଜ୍ୟରେ ପ୍ରାୟ ୧୦୦ ରୋଗୀ ଚିହ୍ନଟ ହେଉଛନ୍ତି । ଗତବର୍ଷ ଏହି ସମୟରେ ରାଜ୍ୟରେ ମୋଟ୍ ୨୧୭୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଡେଙ୍ଗୁର ପ୍ରଭାବ ଆହୁରି ମାସେ ରହିବ ଅର୍ଥôକ ସେପ୍ଟେମ୍ବରରୁ ଏହାର ପ୍ରକୋପ ଧିରେ ଧିରେ କମ୍ ହେବ ବୋଲି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଗତ ବର୍ଷ ଯେଉଁ ଜିଲ୍ଲାଗୁଡ଼ିକରେ ଡେଙ୍ଗୁ ରୋଗୀ ସଂଖ୍ୟା ୫୦ ଟପି ନ ଥିଲା, ଏ ବର୍ଷ ସେସବୁ ଜିଲ୍ଲାରେ ୩୦୦ ଟପିଲାଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଯେତିକି ରୋଗୀ ଚିହ୍ନଟ କରାଯାଇଛତାହାର ୮୨ % ୬ଟି ଜିଲ୍ଲାରୁ ଅଛନ୍ତି ।
ବର୍ତ୍ତମାନ ସୁଦ୍ଧା ଖୋର୍ଧା ଜିଲ୍ଲାରେ ମୋଟ୍ ୧୪୪୫ ଅ ।କ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏଥିରୁ ଅଧିକାଂଶ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରର ନୟାପଲ୍ଲୀ, ଆ·ର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ-୯ ଓ ସହିଦ ନଗର ଅଞ୍ଚଳ ଡେଙ୍ଗୁର ହଟସ୍ପଟ୍ ପାଲଟିଛି । ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୧୦୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାପଛକୁ ଅ ।·ର୍ଯ୍ୟ ବିହାରରୁ ୯୯, ଜୟଦେବ ବିହାରରୁ ୬୪, ୟୁନିଟ -୯ରୁ ୫୬ ଓ ସହିଦ ନଗର ଅଞ୍ଚଳରୁ ୫୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି । ଭୁବନେଶ୍ର ମହାନଗର ନିଗମ ଅଞ୍ଚଳରୁ ୧୦୫୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ, ଆ·ର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ-୯ ଓ ସହିଦ ନଗର ଅଞ୍ଚଳ ଡେଙ୍ଗୁ ହଟସ୍ପଟ ପାଲଟିଛି । ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୧୦୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାପଛକୁ ଆ·ର୍ଯ୍ୟ ବିହାରରୁ ୯୯, ଜୟଦେବ ବିହାରରୁ ୬୪, ୟୁନିଟ -୯ରୁ ୫୬ ଓ ସହିଦ ନଗର ଅଞ୍ଚଳରୁ ୫୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପୁରୀରୁ ୩୯୪, କଟକରୁ ୩୫୩, ବାଲେଶ୍ୱରରୁ ୩୧୮, ଜଗତସିଂହପୁରରୁ ୧୯୭, ନୟାଗଡ଼ରୁ ୧୩୫, ସୁନ୍ଦରଗଡ଼ରୁ ୯୩ ଓ କେନ୍ଦୁଝରରୁ ୯୦ ଆକ୍ରାନ୍ତ ବାହାରିଛନ୍ତି ।
ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାର ପାର୍ କରିଛି । ଡେଙ୍ଗୁ ପରୀକ୍ଷା ପାଇଁ ୩୦ ଜିଲ୍ଲାରେ ୪୦ କେନ୍ଦ୍ର ଖୋଲାଯାଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତିଶେଧକମୂଳକ ପଦକ୍ଷେପ ଓ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।