ଆଜି ଆଦିତ୍ୟ ଉତ୍କ୍ଷେପଣ

ବେଙ୍ଗଲୁରୁ, ୧ା୯: ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ପ୍ରଥମ ସୌର ମିଶନ ଆଦିତ୍ୟ- ଏଲ୧ ଶନିବାର ସକାଳ ୧୧.୫୦ରେ ଶ୍ରୀହରିକୋଟାରୁ ଲଞ୍ଚ କରାଯିବ । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଶୁକ୍ରବାର ଆଦିତ୍ୟ ଏଲ୍-୧ର ଓଲଟ ଗଣନା ଆରମ୍ଭ ହୋଇଛି । ଏହା ଆସନ୍ତା କାଲି ସକାଳ ୧୧.୫୦ଟାରେ ଲଞ୍ଚ ହେବ । ପୂର୍ବରୁ ଲଞ୍ଚ ରିହର୍ସଲ ଓ ସ୍ପେସକ୍ରାଫ୍ଟର ଆଭ୍ୟନ୍ତରୀଣ ଯାଞ୍ଚ ସରିଛି । ଆଦିତ୍ୟ-ଏଲ୍କୁ ପିଏସ୍ଏଲ୍ଭି-ସି ୫୭ ଦ୍ୱାରା ଲଞ୍ଚ କରାଯିବ । ଏହା ସୂର୍ଯ୍ୟର ବିସ୍ତୃତ ଅଧ୍ୟୟନ କରିବାକୁ ୭ଟି ଭିନ୍ନ ଭିନ୍ନ ପେଲୋଡ ନେଇ ଯିବ । ଆଦିତ୍ୟ- ଏଲ୧ ମହାକାଶଯାନ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଏଲ୧ ବିନ୍ଦୁର କକ୍ଷପଥରେ ପହଞ୍ଚôବା ପରେ ୨୪ ଘଣ୍ଟାରେ ୧୪୪୦ ଫଟୋ ପଠାଇବ ।
ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଆଦିତ୍ୟ-ଏଲ୧ ମିଶନ ଲଞ୍ଚ ପୂର୍ବରୁ ତିରୁପତି ଜିଲ୍ଲା ଚେଙ୍ଗଲମ୍ମା ପରମେଶ୍ୱରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି । ଇସ୍ରୋ ବୌଜ୍ଞାନିକମାନଙ୍କର ଏକ ଟିମ୍ ଆଦିତ୍ୟ ମିଶନର ମିନି ମଡେଲ ସହିତ ପୂଜାର୍ଚ୍ଚନା କରିବା ପାଇଁ ତିରୁମାଳା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *