ଜାଭଲିନ୍ ଷ୍ଟାର କିଶୋରଙ୍କୁ ୨୫ ଲକ୍ଷ

ଭୁବନେଶ୍ୱର, ୨୮ା୮(ବୁ୍ୟରୋ): ହଙ୍ଗେରୀ ରାଜଧାନୀ ବୁଡାପେଷ୍ଟରେ ବିଶ୍ୱ ଆଥେଲେଟିକ୍ସ ·ମ୍ପିୟନଶିପରେ ପ୍ରଶଂସକଙ୍କ ହୃଦୟ ଜିଣିଥିବା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତିି, କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଏବଂ ବୁଡାପେଷ୍ଟରେ ·ଲିଥିବା ବିଶ୍ୱ ଆଥଲେଟିକ୍ସ ·ମ୍ପିଅନସିପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କେବଳ ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିନାହିଁ ବରଂ ଆଗାମୀ ବର୍ଷଗୁଡ଼ିକରେ ଅନେକ ଆଥେଲେଟଙ୍କୁ ପ୍ରେରଣା ଯୋଗାଇବ । ବିଶ୍ୱ ଆଥଲେଟିକ୍ସ ·ମ୍ପିଅନସିପ୍ ହେଉଛି ଏକ ସମ୍ମାନଜନକ ବିଶ୍ୱସ୍ତରୀୟ ଇଭେଣ୍ଟ ଯାହା ବିଭିନ୍ନ ଟ୍ରାକ୍ ଏବଂ ଫିଲ୍ଡରେ ବିଶ୍ୱର ସର୍ବୋତ୍ତମ ଆଥଲେଟ୍ସଙ୍କୁ ଏକତ୍ର କରୁଛି । ଏହି ·ମ୍ପିଅନସିପରେ କିଶୋର ଜେନାଙ୍କ ଅଂଶଗ୍ରହଣ କେବଳ ବ୍ୟକ୍ତିଗତ ସଫଳତାକୁ ପ୍ରତିପାଦିତ କରୁନାହିଁ ବିଶ୍ୱକୁ ଓଡ଼ିଶାର ପ୍ରତିଭାକୁ ଦର୍ଶାଉଛି ।  ପୁରୀ ବ୍ରହ୍ମଗିରିର କିଶୋର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇ ରବିବାର ଅନୁଷ୍ଠିତ ଫାଇନାଲରେ ପଦକ ଜିତି ପାରି ନ ଥିଲେ ବି ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତିି । ତାଙ୍କ ପ୍ରଦର୍ଶନ ବେଶ୍ ଭଲ ଥିଲା । ସେ ପଞ୍ଚମ ପ୍ରୟାସରେ ୮୪.୭୭ ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି । ସେ ପ୍ରଥମ ପ୍ରୟାସରେ ୭୫.୭୦ ମିଟର ଓ ଦ୍ୱିତୀୟ ପ୍ରୟାସରେ ୮୨.୮୨ ମିଟର ଥ୍ରୋ କରିଥିଲେ । ତେବେ ତାଙ୍କ ତୃତୀୟ ଥ୍ରୋ ଫାଉଲ୍ ହୋଇଥିଲା । ଚୂଡାନ୍ତ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୪.୭୭ ମିଟର ଥ୍ରୋ କରିଥିଲେ । ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ।
ଫାଇନାଲରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା । ସେ ୮୮.୧୭ ମିଟର୍ ଜାଭିଲିନ୍ ଥ୍ରୋ କରି କରିଥିଲେ । ଏଥିସହ ଭାରତ ୪୦ ବର୍ଷ ଯାତ୍ରାରେ ପ୍ରଥମ କରି ବିଶ୍ୱ ବିଜୟୀ ହୋଇଛି । ସେହିପରି ଫାଇନାଲରେ ପ୍ରବେଶ କରିଥିବା ଅନ୍ୟଜଣେ ଭାରତୀୟ ଡି ପି ମନୁ ୮୪.୧୪ ମିଟର ଜାଭଲିନ୍ ଫିଙ୍ଗି ଷଷ୍ଠ ସ୍ଥାନ ଅଳଙ୍କୃତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *