ବଂଶଧାରାରେ ଭାସିଗଲେ ୨ ଶିଶୁ

ରାୟଗଡା, ୨୮ା୮ (ଆପ୍ର): ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡର ଚନ୍ଦ୍ରପୁର ମିନାଝୋଲା ଶୈବପୀଠ ନିକଟରେ ବଂଶଧାରା ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି ଦୁଇ ଜଣ ପିଲା । ସେମାନଙ୍କ ମଧ୍ୟରୁ ଜଣେ ନାବାଳାକ ରତ୍ନାକର ବଡନାୟକ (୯), ଆଉ ଜଣେ ନାବାଳିକା ସୌମିତ ବଡସେଠ (୧୦) । ଉଭୟେ ପରିବାର ସହିତ ଶ୍ରାବଣ ଶେଷ ସୋମବାରରେ ପୂଜାର୍ଚ୍ଚନା ଉଦେ୍ଦଶ୍ୟରେ ଚନ୍ଦ୍ରପୁର ବ୍ଲକ୍ ମିନାଝୋଲା ଶୈବପୀଠକୁ ଆସିଥିଲେ । ଦର୍ଶନ ସାରି ବଂଶଧାରା, ଫାଳଫଳିଆ ଏବଂ ଚାଉଳଧୁଆ ତିନୋଟି ନଦୀର ସଂଗମ ସ୍ଥଳ ବୁଲିବାକୁ ଯାଇଥିଲେ । ମୋଟ ପାଞ୍ଚ ଜଣ ଶିଶୁ ବଂଶଧାରା ନଦୀ ପାଣିରେ ଖେଳୁଥିବା ବେଳେ ହଠାତ୍ ପାଣିର ସୁଅରେ ପଡିଯାଇଥିଲେ । ତିନିଜଣ ଶିଶୁ ବହୁ କଷ୍ଟରେ ନିଜେ ନିଜେ କୂଳକୁ ପହଁରି ଚାଲି ଆସିଥିବା ବେଳେ ରତ୍ନାକର ଏବଂ ସୌମିତ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଦୁହିଁଙ୍କ ପରିବାରକୁ ଖବର ଦେବାପରେ ଖୋଜା ଖୋଜି ଆରମ୍ଭ ହୋଇଥିଲା । ଦୁଇ ଜଣକ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଶ୍ରୀରାମପୁର ଗ୍ରାମରେ । ସ୍ଥାନୀୟ ଲୋକେ ବ୍ଲକ୍ ପ୍ରଶାସନକୁ ଖବର ଦେବାପରେ ଘଟଣା ସ୍ଥଳରେ ଚନ୍ଦ୍ରପୁର ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍, ଟାପିରିକୁପୁଡା ଗ୍ରାମବାସୀଙ୍କ ସହଯୋଗରେ ଖୋଜାଖୋଜି ଜାରି ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *