ଫାଇନାଲରେ କିଶୋର

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ସ
ବୁଡାପେଷ୍ଟ (ହଙ୍ଗେରୀ), ୨୫ା୮: ଓଡ଼ିଶାର କିଶୋର ଜେନା ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ·ମ୍ପିଅନସିପ୍ସ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚôଛନ୍ତି । ଯୋଗ୍ୟତା ପର୍ଯ୍ୟାୟର ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ୯ ନମ୍ବରରେ ରହିଛନ୍ତି । ଫାଇନାଲ ରାଉଣ୍ଡରେ ଭାରତର ଆଉ ଦୁଇ ଜଣ ପହଞ୍ଚôଛନ୍ତି । ସେମାନେ ହେଲେ ନିରଜ ଚୋପ୍ରା ଓ ଡିପି ମନୁ ।
ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସିନିୟର୍ ଆଥଲେଟିକ୍ସ ଚମ୍ପିଅନସିପ୍ସରେ କିଶୋର ସ୍ୱର୍ଣ୍ଣ ପଦକ ଜିତି ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଥିଲେ । ଏହାବାଦ ସେ ଲେବାନନ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ଆଥଲେଟିକସ ଚାମ୍ପିଅନ୍ସିପ୍ସରେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଥିଲେ । କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪.୩୮ ମିଟର ।
ନୀରଜ ଚୋପ୍ରା ମଧ୍ୟ ଜାଭେଲିନ ଥ୍ରୋ ଫାଇନାଲରେ ରହିଛନ୍ତି । ନୀରଜ ତାଙ୍କର ପ୍ରଥମ ଉଦ୍ୟମରେ ୮୮.୭୭ ମିଟର ଦୂର ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିପାରିଛନ୍ତି । ସେହିପରି ଭାରତର ଅନ୍ୟତମ ଜାଭେଲିନ ଖେଳାଳି ଡିପି ମନୁ ୮୧.୩୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଫାଇନାଲ ଟିକେଟ ହାତେଇଛନ୍ତି । ଏମାନଙ୍କ ବ୍ୟତୀତ ତାଲିକାର ଦୁଇ ନମ୍ବର ସ୍ଥାନରେ ପାକିସ୍ତାନର ଅର୍ଶଦ ନଦୀମ(୮୬.୭୯ ମିଟର) ଓ ତୃତୀୟରେ ଚେକ ଗଣରାଜ୍ୟର ଜ୍ୟାକୁବ ଭି(୮୩.୫୦ ମିଟର) ରହିଛନ୍ତି । ଫାଇନାଲ ମ୍ୟାଚ ୨୭ ଅଗଷ୍ଟରେ ଅନୁଷ୍ଠିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *