ରାତିରେ ଖୋଲା ରହିବ ନନ୍ଦନକାନନ
ଭୁବନେଶ୍ୱର, ୨୩ା୮(ବୁ୍ୟରୋ): ଏବେ ସନ୍ଧ୍ୟା ୫ଟାରେ ନନ୍ଦନକାନନ ବନ୍ଦ ହୋଇଯାଉଛି । କିନ୍ତୁ ଆଗକୁ ରାତିରେ ବି ଏହି ପ୍ରାଣୀ ଉଦ୍ୟାନ ଖୋଲା ରହିବ । ଦିନ ଭଳି ରାତିରେ ମଧ୍ୟ ପ୍ରାଣୀ ଉଦ୍ୟାନରେ ବୁଲି ପଶୁପକ୍ଷୀଙ୍କୁ ଦେଖିପାରିବେ ପାରିବେ ପର୍ଯ୍ୟଟକ । ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରୀ ବ୍ୟବସ୍ଥା ବି ରହିବ । ଏ ନେଇ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ସେଣ୍ଟ୍ରାଲ୍ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ରହିଛି ଏହି ନୂଆ ବ୍ୟବସ୍ଥା । ମାଷ୍ଟର ପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ରହିଛି । କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ମୋଟ ୧୦୪୩ ହେକ୍ଟରକୁ ନନ୍ଦନକାନନ ବିସ୍ତାର କରାଯିବା ଯୋଜନା ରହିଛି ।
କେନ୍ଦ୍ରୀୟ ଚିଡ଼ିଆଖାନ କର୍ତ୍ତୃପକ୍ଷ (ସିଜେଏ) ନନ୍ଦନକାନନକୁ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତିି । ଉକ୍ତ ମାଷ୍ଟର ପ୍ଲାନରେ ନନ୍ଦନକାନନର ନବକଳେବର ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି । ନନ୍ଦନକାନନରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ ଗ୍ରହଣ କରାଯାଉଛି । ଦୀର୍ଘବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପୱେ ବ୍ୟବସ୍ଥା ପୁଣି ଥରେ ଆରମ୍ଭ କରିବା ପାଇଁ ନିକଟରେ ନନ୍ଦନକାନନ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିଲେ ।