ବର୍ଷକୁ ୨ଥର ବୋର୍ଡ ପରୀକ୍ଷା

ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ, ୨୩ା୮: ୨୦୨୪ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷାକୁ ନେଇ ବୁଧବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ଜାରି କରାଯାଇଛି ଯେ, ବର୍ତ୍ତମାନ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରାଯିବ । କେବଳ ଏତିକି ନୁହେଁ, ଛାତ୍ରମାନଙ୍କୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ଦୁଇଟି ଭାଷା ପଢିବାକୁ ପଡିବ ।
କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ବୁଧବାର ନୂଆ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷା ପ୍ରଣାଳୀରେ ବଡ଼ ପରିବର୍ତ୍ତନ କରାଯାଇଛି । ୨୦୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟ ପୁସ୍ତକର ବିକଶିତ କରାଯିବ । ଏନେଇ ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ନୂଆ ଶିକ୍ଷା ଢାଞ୍ଚା ଘୋଷଣା କରାଯାଇଛି । ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ପକ୍ଷରୁ ଘୋଷଣା କରାଯାଇଛି ଯେ, ଛାତ୍ରମାନଙ୍କୁ ଦୁଇଥର ସୁଯୋଗ ଦେବା ପାଇଁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରାଯିବ । ଏଥିସହିତ ବୋର୍ଡ ପରୀକ୍ଷା ମାସରେ କୋଚିଂ ବଦଳରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତରରେ ମୂଲ୍ୟାଙ୍କନ କରାଯିବ ।
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ ପାଇଁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ପାଇବାକୁ ନିଶ୍ଚିତ କରିବା ପାଇଁ ବର୍ଷକୁ ଅତି କମରେ ଦୁଇଥର ବୋର୍ଡ ପରୀକ୍ଷା କରାଯିବ । ଛାତ୍ରମାନେ ସେହି ପରୀକ୍ଷାଗୁଡ଼ିକରେ ବୋର୍ଡ ପରୀକ୍ଷା ଦେଇପାରିବେ ଯେତେବେଳେ ସେମାନେ ଅନୁଭବ କରିବେ ଯେ ସେମାନେ ପରୀକ୍ଷା ଦେବାକୁ ବର୍ତ୍ତମାନ ପ୍ରସ୍ତୁତ ଅଛନ୍ତି । ସେମାନଙ୍କୁ ଶ୍ରେଷ୍ଠ ସ୍କୋର ବଜାୟ ରଖିବାକୁ ମଧ୍ୟ ସୁଜୋଗ ଦିଆଯିବ । ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ, ନୂତନ ପାଠ୍ୟକ୍ରମ ଢାଞ୍ଚା ଅନୁସାରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ବିଷୟ ବାଛିପାରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *