ସନ୍ଧ୍ୟା ୬:ଠ୪କୁ ଅପେକ୍ଷା
ପ୍ଲାନ୍-ବି: ସମସ୍ୟା ହେଲେ ୨୭ରେ ଲାଣ୍ଡିଂ
ଇତିହାସ ରଚିବ ଇସ୍ରୋ
ମନ୍ଦିରରେ ପୂଜାର୍ଚ୍ଚନା, ମସ୍ଜିଦ୍ରେ ନମାଜ ପାଠ
ବେଙ୍ଗଲୁରୁ, ୨୨ା୮: ଅଗଷ୍ଟ ୨୩ ବୁଧବାର ଭାରତ ଇତିହାସ ରଚିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ସ୍ଥଂସ୍ଥା (ଇସ୍ରୋ)ର ମୁନ୍ ମିଶନ ଚନ୍ଦ୍ରଯାନ-୩ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହି ଦୁର୍ଲଭ ଦୃଶ୍ୟ ଦେଖିବା ପାଇଁ ସାରା ବିଶ୍ୱ ଅପେକ୍ଷା କରିଛି । ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି, ଚନ୍ଦ୍ରଯାନ-୩ର ଲାଣ୍ଡର ମଡୁ୍ୟଲ୍କୁ ଏପରି ନିର୍ମାଣ କରାଯାଇଛି ଯେ ସଫ୍ଟ ଲାଣ୍ଡିଂ ସମ୍ଭବ ନ ହେଲେ ରଫ୍ ଲାଣ୍ଡିଂ କରିବ ।
ଲାଣ୍ଡର ବିକ୍ରମ ଚନ୍ଦ୍ରର ପାଖାପାଖି ହେଉଛି । ଚନ୍ଦ୍ରକୁ ଚକ୍କର କାଟିବାରେ ମଙ୍ଗଳବାର ରାତି ହେବ ଶେଷ ରାତି । ୨୩ ତାରିଖ ସନ୍ଧ୍ୟାରେ ୬ଟା ୪ ମିନିଟରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲାଣ୍ଡିଂ କରିବ । ଅପରାହ୍ନ ୫ଟା ୪୫ରୁ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ଅବତରଣ କରିବ ।
ଇସ୍ରୋ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ନେଇ ନୂଆ ଅପଡେଟ୍ ଦେଇ କହିଛି, ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଲାଣ୍ଡର ମଡୁ୍ୟଲ୍ର ଅବସ୍ଥା ତଥା ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । କୌଣସି ସମସ୍ୟା ଦେଖାଦେଲେ ଅର୍ଥାତ୍ ପରିସ୍ଥିତି ପ୍ରତିକୂଳ ହେଲେ ଚନ୍ଦ୍ରୟାନ-୩ର ଅବତରଣକୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରେ । ଲାଣ୍ଡର୍ ଅବତରଣ ପାଇଁ ଉପଯୁକ୍ତ ସ୍ଥାନ ନ ମିଳିଲେ ଅବତରଣକୁ ୪ ଦିନ ସ୍ଥଗିତ ରଖାଯାଇପାରିବ । ଏହା ବୈଜ୍ଞାନିକମାନଙ୍କର ପ୍ଲାନ୍-ବି । ଇସ୍ରୋର ଅହମ୍ମଦାବାଦ ସ୍ଥିତ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ନିଦେ୍ର୍ଦଶକ ନୀଲେଶ ଏମ୍ ଦେଶାଇ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନକୁ ଯେତିକି ଉତ୍ସହ ଓ ରୋମାଞ୍ଚ ରହିଛି ଲାଣ୍ଡର ଅବତରଣ ପ୍ରକ୍ରିୟା ସେତିକି ଜଟିଳ ଓ କଷ୍ଟସାଧ୍ୟ ।
ଉଲ୍ଲେଖଯୋଗ୍ୟ ଯେ ଏହି ମିଶନର ସଫଳତା ହାର ମାତ୍ର ୩୫ ପ୍ରତିଶତ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଇସ୍ରୋ ବୈଜ୍ଞାନିକମାନେ ସଫଳ ଲାଣ୍ଡିଂ ପାଇଁ ଦିନରାତି ଲାଗିପଡିଛନ୍ତି ।
ଚନ୍ଦ୍ରଯାନ-୩ ଇତିମଧ୍ୟରେ ଚନ୍ଦ୍ର ପୃଷ୍ଠର ଏକ ନୂଆ ଫଟୋ ପଠାଇଛି ଯାହାକୁ ସେୟାର କରିଛି ଇସ୍ରୋ । ଇସ୍ରୋ କହିଛି, ସବୁକିଛି ଠିକ୍ ·ଲିଛି ଏବଂ ଆମେ ଚନ୍ଦ୍ରଯାନ-୩କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଠିକ୍ ସମୟରେ ଅବତରଣ କରାଇବୁ । ଏହି ମିଶନ ପାଇଁ ଆଗାମୀ କିଛି ମୁହୂର୍ତ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ବର୍ତ୍ତମାନ, ଚନ୍ଦ୍ରଯାନ-୩ ‘ଶେଷ ମୁହୂର୍ତ୍ତ’ ପର୍ଯ୍ୟାୟରେ ଅଛି । ଏହା ଏକ ଆହ୍ୱାନଜନକ ସ୍ଥିତି । ତେବେ କାର୍ଯ୍ୟସୂଚୀ ଅନୁଯାୟୀ ଏପର୍ଯ୍ୟନ୍ତ ସବୁକିଛି ·ଲିଛି ।
ଚନ୍ଦ୍ରଯାନ-୩ର ଅବତରଣକୁ ସାରା ଦେଶ ଅପେକ୍ଷା କରିଛି । ବୁଧବାର ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଲୋକମାନେ ଲକ୍ଷ୍ନୌର ଇସଲାମିକ୍ ସେଣ୍ଟର୍ ଅଫ୍ ଇଣ୍ଡିଆରେ ନମାଜ ପଢିବେ ।