ଏନ୍ଏଚ୍ଆର୍ସିକୁ ଗଲା ହୋମଗାର୍ଡ ମାମଲା
ଭୁବନେଶ୍ୱର,୨୨ା୮: ସମଗ୍ର ରାଜ୍ୟରେ ·ଞ୍ଚଲ୍ୟ ସୃଷ୍ଟି କରିଥିବା ହୋମଗାର୍ଡ ନିର୍ଯାତନା ମାମଲାରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏସ୍ଟିଏଫ୍ ଆଇଜି ଜୟନାରାୟଣ ପଙ୍କଜଙ୍କୁ ଅବସ୍ଥାପିତ କରାଯାଇଛି । ଅନୁଗୁଳର ଡିଆଇଜି ଥିଲେ ବ୍ରିଜେଶ ରାୟ । ମହିଳା ହୋମଗାର୍ଡଙ୍କୁ ବ୍ରିଜେଶ ରାୟଙ୍କ ପତ୍ନୀ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।
ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନରେ ଏତଲା ଦାୟର ହୋଇଛି । ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ ଏତଲା ଦିଆଯାଇଛି । ଏପରି ଅମାନୁଷିକ କାଣ୍ଡ ପାଇଁ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଡିଆଇଜିଙ୍କ ଦରମାରୁ କାଟି ପୀଡ଼ିତାଙ୍କୁ ୩୦ ଲକ୍ଷ କ୍ଷତିପୂରଣ ଦେବାକୁ ବି ଅପିଲ୍ କରାଯାଇଛି । କ୍ଷତିପୂରଣ ରାଶି ବା ପାଇଁ ଏତଲାରେ ଆବେଦନ ହୋଇଛି । ସେହିପରି ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିବା ସହ ସେପ୍ଟେମ୍ବର ୧୫ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଗତ ୧୯ ବର୍ଷ ହେଲା ଅନୁଗୁଳ ଜିଲ୍ଲାରେ ହୋମଗାର୍ଡ ଭାବେ ସୈରିଦ୍ରୀ କାର୍ଯ୍ୟ କରୁଛନ୍ତି । ସାତ ମାସ ତଳେ ଅନୁଗୁଳରେ ଯୋଗଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା । ସେ ଡିଆଇଜିଙ୍କ ସମସ୍ତ ଘରକାମ କରୁଥିଲେ । କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ ମାରିବା ସହ ·କିରି ନେଇଯିବା ଧମକ ଦେଉଥିବା, ଗତ ୪ ତାରିଖରେ ସୈରିଦ୍ରୀଙ୍କୁ ଡିଆଇଜିଙ୍କ ପତ୍ନୀ ଗଳା ଧକ୍କା ଦେଇ ବାହାର କରି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ନିର୍ଯାତନା ଓ ·କିରି ·ଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସେ କହିଛନ୍ତି ।
ସୈରିଦ୍ରୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଦୁଇଟି ଯାକ ଗୋଡ ହରାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଛି । ସୈରିଦ୍ରୀଙ୍କ ସ୍ୱାମୀଙ୍କର ବହୁ ପୂର୍ବରୁ ମୃତୂ୍ୟ ହୋଇ ସାରିଥିବା ବେଳେ ସେ ନିଜ ୨ ଝିଅଙ୍କୁ ଧରି ରୁହନ୍ତି । ତାଙ୍କ ରୋଜଗାରରେ ପରିବାର ଚଳୁଥିଲେ ।
ସୈରିଦ୍ରୀ ଗତ ୧୩ ତାରିଖରେ ତାଙ୍କ ଉପରେ ହୋଇଥିବା ନିର୍ଯାତନା ସଂପର୍କରେ ଲିଖିତ ଭାବେ ହୋମଗାର୍ଡ ଡିଜିଙ୍କୁ ଜଣାଇଥିଲ, କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରି ଡିଆଇଜି ରାୟ କହିଛନ୍ତି, ସୈରିଦ୍ରୀଙ୍କର ପାରିବାରିକ ସମସ୍ୟା ଥିଲା । ସେ ଅନ୍ୟମନସ୍କ ରହୁଥିଲେ । ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ । ତାଙ୍କୁ ଏନେଇ କେହି ପ୍ରବର୍ତ୍ତାଇଛନ୍ତି ।