୭୪୮୩ ନର୍ସିଂ ଅଫିସର୍ ନିଯୁକ୍ତି ବାଟ ଫିଟିଲା
ଭୁବନେଶ୍ୱର,୨୨ା୮: ରାଜ୍ୟର ୩୦ ଜିଲ୍ଲା ଏବଂ ୩ ଟି ମେଡିକାଲ କଲେଜରେ ୭୪୮୩ ନର୍ସିଂ ଅଫିସର ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ମେ’ ୧ ଅନ୍ତରୀଣ ନିଦେ୍ର୍ଦଶରେ ରୋକ ଲଗାଇଥିଲେ । ମଙ୍ଗଳବାର ହାଇକୋର୍ଟ ଅନ୍ତରୀଣ ନିଦେ୍ର୍ଦଶରେ ପରିବର୍ତ୍ତନ କରି ନୂଆ ନିଦେ୍ର୍ଦଶ ଜାରି କରିଛନ୍ତି । ରାଜ୍ୟ ସରକାର ନର୍ସିଂ ଅଫିସରମାନଙ୍କୁ ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି । ତେବେ ଅ ।ବେଦନକାରୀ ଫାର୍ମାସିଷ୍ଟ ପାଇଁ ପଦବୀ ସଂରକ୍ଷିତ ରଖିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।
୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ଗତ ବର୍ଷ ଙଝଝଝଉ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଚଳିତ ବର୍ଷ ମାର୍ଚ୍ଚ ୧୯ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରେ କିଛି ଫାର୍ମାସିଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ଦେବାକୁ ଦାବି କରିଥିଲେ । କୋଭିଡ୍ ସମୟରେ କୋରନା ଯୋଦ୍ଧା ଭାବେ ଦାୟିତ୍ୱ ସଂପନ୍ନ କରିଥିବା ହେତୁ ଏହି ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ଦେବାକୁ ସେମାନେ ଦାବି କରିଥିଲେ ।
ସେମାନଙ୍କ ଆବେଦନ ଉପରେ ଶୁଣାଣି କରି ଗତ ମେ’ ୧ରେ ହାଇକୋର୍ଟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ଯେ ଏହି ନିଯୁକ୍ତି ପାଇଁ ପ୍ରକ୍ରିୟା ·ଲି ପାରିବ, କିନ୍ତୁ ଫଳ ଘୋଷଣା କରାଯାଇପାରିବ ନାହିଁ । ଏଥିଯୋଗୁ ଆଶାୟୀ ନର୍ସିଂ ଅଫିସରମାନେ ପ୍ରଭାବିତ ହୋଇ ନିଦେ୍ର୍ଦଶର ପୁନଃ ବି·ର ନିବେଦନ କରିଥିଲେ । ସେମାନେ ଯୁକ୍ତି କରିଥିଲେ ଯେ ୭୪୮୩ ନର୍ସି ଅଫିସରଙ୍କ ପଦବୀ ପୂରଣ ହେଉ ନ ଥିବା ଯୋଗୁ ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୧୩ଟି ମେଡିକାଲ କଲେଜ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି । କୋଭିଡ ସମୟରେ ନିଯୁକ୍ତି ପାଇଥିବା କିଛି ପାରାମେଡିକାଲ ଷ୍ଟାଫ୍ଙ୍କୁ ଉପେକ୍ଷା କରାଯାଇ ନୂଆ ନିଯୁକ୍ତି ପ୍ରକ୍ରିୟା ହୋଇଥିବା ସେମାନେ ଅଭିଯୋଗ କରିଥିଲେ ।